Below header

ଜି-୨୦ ଶିଖର ସମ୍ମିଳନୀରେ ବିଶ୍ବର ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ ପ୍ରତିକୃତି ଆଗରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ବିଶ୍ବ ଦେଖିଲା ଓଡିଶା ଉତ୍କର୍ଷ କଳାର ନିଦର୍ଶନ। ଜି-୨୦ ଶିଖର ସମ୍ମିଳନୀରେ ବିଶ୍ବର ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ ପ୍ରତିକୃତି ଆଗରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ହାତ ମିଳାଇ ସ୍ବାଗତ ଜଣାଇଥିଲେ ନରେନ୍ଦ୍ର ମୋଦି।

ବିଶ୍ବ ଦେଖିଲା ଓଡିଶା ଉତ୍କର୍ଷ କଳାର ନିଦର୍ଶନ। ଜି-୨୦ ଶିଖର ସମ୍ମିଳନୀରେ ବିଶ୍ବର ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ ପ୍ରତିକୃତି ଆଗରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ହାତ ମିଳାଇ ସ୍ବାଗତ ଜଣାଇଥିଲେ ନରେନ୍ଦ୍ର ମୋଦି।

ଜଣକ ପରେ ଜଣେ ରାଷ୍ଟ୍ର ମୁଖ୍ୟ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରୁଥିବା ବେଳେ ପ୍ରଚ୍ଛଦରେ ରହିଥିଲା ଓଡିଶାର ଗରିମାମୟ ଐତିହ୍ୟର ଗାଥା ବହନ କରୁଥିବା କୋଣାର୍କ ମନ୍ଦିର ଚକର ପ୍ରତିକୃତି। ପ୍ରଚ୍ଛଦରେ ଥିବା ଏହି ଭାସ୍କର୍ଯ୍ୟ କଳାର ଶୋଭା ଦେଖି ଅଭିଭୂତ ହୋଇଥିଲେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ । ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ ସଂପର୍କରେ ରୋଚକ ତଥ୍ୟ ଜଣାଇଥିଲେ।

୧୩ଶହ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ରଥାକୃତିର ସୂର୍ଯ୍ୟମନ୍ଦିରରେ ୨୪ଟି ଚକ ରହିଛି। ଭାରତର ଜାତୀୟ ପତାକାରେ ଏହି ଚକର ଅର ସ୍ଥାନ ପାଇଛି। ଏଥିରେ ଭାରତର ଉନ୍ନତ ସଭ୍ୟତା, ସଂସ୍କୃତି ଓ ଉକୃଷ୍ଟ ଭାସ୍କର୍ଯ୍ୟ କଳାର ନିଦର୍ଶନ ପ୍ରତିଫଳିତ ହେଉଛି। କୋଣାର୍କ ଚକର ଘୂର୍ଣ୍ଣନ ଗତି ସମୟ, କାଳଚକ୍ର ସହ ପ୍ରଗତି ଓ ନିରନ୍ତର ପରିବର୍ତ୍ତନର ପ୍ରତୀକ ଭାବେ ଦର୍ଶାଇଥାଏ। ଏହା କେବଳ ଗଣତନ୍ତ୍ରର ଏକ ଚକ ଭାବେ ନୁହେଁ, ବରଂ ଗଣତାନ୍ତ୍ରିକ ଆଦର୍ଶ ଓ ସମାଜରେ ପ୍ରଗତି ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଇଥାଏ।

ଜି-୨୦ର ଅଧ୍ୟକ୍ଷତା କରି ଦେଶର ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ପାରମ୍ପରିକ ଶିଳ୍ପ କଳାକୁ ବିଶ୍ବ ଆଗରେ ପ୍ରତିବେଦନ କରୁଛି ଭାରତ। ଶିଖର ସମ୍ମିଳନୀରେ ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ବିଶ୍ବ ଏକ ପରିବାର। ଏହାକୁ ସଂସ୍କୃତ ଭାଷାର ମହାଉପନିଷେଦରୁ ନିଆଯାଇଛି। ପ୍ରବେଶ ପଥରେ କୋଣାର୍କ ଚକ ବିଶ୍ବକୁ ପ୍ରଗତିର ନୂଆ ବାର୍ତ୍ତା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.