ସୌମ୍ୟଙ୍କୁ ବିଜେଡିର ଚରମବାଣୀ: ବିଜେଡିରେ ରହିବାକୁ ହେଲେ ଦଳୀୟ ଅନୁଶାସନ ମାନିବାକୁ ପଡ଼ିବ

ବିଜେଡି ବିଧାୟକ ରହି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ। ସୌମ୍ୟବାବୁଙ୍କର ଏହା ହେଉଛି ବ୍ଲାକମେଲିଂ ପ୍ରାକ୍ଟିସ । ଯଦି ବିଜେଡି ବିରୋଧରେ କିଛି କହିବାର ଅଛି, ତେବେ ଦଳ ଛାଡ଼ନ୍ତୁ: ବିଜେଡି

କେନ୍ୟୁଜ୍(ବ୍ୟୁରୋ): ସୌମ୍ୟଙ୍କୁ ଚରମବାଣୀ ଶୁଣାଇଲା ବିଜେଡି। ବିଜୁ ଜନତା ଦଳରେ ରହିବାକୁ ହେଲେ ଦଳୀୟ ଅନୁଶାସନ ମାନିବାକୁ ପଡ଼ିବ। ନଚେତ ଦଳ ଛାଡ଼ି ବିଜେଡିକୁ ସମାଲୋଚନା କରିପାରିବେ। ଗୋଟିଏ ପଟେ ଦଳର ବିଧାୟକ ଭାବେ ରହିବେ, ଅନ୍ୟପଟେ ସମ୍ପାଦକୀୟରେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମାଲୋଚନା କରିବେ ତାହା କେବେ ବି ଗ୍ରହଣୀୟ ନୁହେଁ। ସୌମ୍ୟବାବୁଙ୍କର ଏହା ହେଉଛି ବ୍ଲ୍କାକ ମେଲିଂ ପ୍ରାକ୍ଟିସ।

ଯଦି ତାଙ୍କର ବିଜେଡି ବିରୋଧରେ କିଛି କହିବାର ଅଛି , କିମ୍ବା ଲେଖିବାର ଅଛି ତାହାହେଲ ଦଳରୁ ବାହାରି ସମ୍ପାଦକୀୟ ଲେଖନ୍ତୁ ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏମିତି ରୋକଠୋକ୍ ଶୁଣାଇଛି ବିଜେଡି। ପ୍ରଥମେ ଅରୁଣ ସାହୁଙ୍କ ପରେ ଅତନୁ ସବ୍ୟସାଚୀ ନାୟକ ଆଉ ଆଜି ମନ୍ତ୍ରୀ ପ୍ରତାପ ଦେବ ସୌମ୍ୟଙ୍କୁ ସିଧା ନିଶାନା କରିଛନ୍ତି। ସେପଟେ ବିଜେଡିକୁ କାଉଣ୍ଟର କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମୁଁ ଯାହା ଲେଖୁଛି ତାହା ଦଳର ବୃହତ୍ତର ସ୍ବାର୍ଥ ପାଇଁ ଲେଖୁଛି। ଏହା ଦ୍ବାରା ଦଳର କଲ୍ୟାଣ ହେବ ପଛେ, ଅମଙ୍ଗଳ ହେବ ନାହିଁ। ଦଳ ଛାଡିବି କାହିଁକି , ତାଙ୍କର ଯଦି ନିଲମ୍ବନ କରିବାର ଅଛି କରନ୍ତୁ।

ବିଜେଡି ଓ ସୌମ୍ୟଙ୍କ ମଧ୍ୟରେ ଘନେଇବାରେ ଲାଗିଛି ବିବାଦ । କିନ୍ତୁ ଏ ବିବାଦକୁ ବିଜେଡି ଆଉ ବରଦାସ୍ତ କରିବନି। ବିଜେଡିର ଜଣକ ପରେ ଜଣେ ନେତା ସୌମ୍ୟବାବୁଙ୍କୁ ଟାର୍ଗେଟ ଘଟଣାରୁ ଏହାର ସ୍ପଷ୍ଟ ସଙ୍କେତ ମିଳୁଛି। କୌଣସି ମୁହୂର୍ତ୍ତରେ ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.