Below header

ଜି୨୦ ଶିଖର ସମ୍ମିଳନୀରେ ଉତ୍ତମ ଡ୍ୟୁଟି କରିଥିବା ପୋଲିସ କର୍ମୀଙ୍କ ସହିତ ଡିନର କରିବେ ପ୍ରଧାନମନ୍ତ୍ରୀ ମୋଦି, ତାଲିକାରେ ୪୫୦ ଦିଲ୍ଲୀ ପୋଲିସ ଷ୍ଟାଫଙ୍କ ନାମ

ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି ପୋଲିସ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିନର କରିବେ । ପାଖାପାଖି ୪୫୦ ଦିଲ୍ଲୀ ପୋଲିସ ଷ୍ଟାଫଙ୍କ ସହିତ ଏହି ସପ୍ତାହରେ ମୋଦି ଡିନର କରିପାରନ୍ତି ।

ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି ପୋଲିସ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିନର କରିବେ ବୋଲି ଖବର ମିଳିଛି । ପାଖାପାଖି ୪୫୦ ଦିଲ୍ଲୀ ପୋଲିସ ଷ୍ଟାଫଙ୍କ ସହିତ ଏହି ସପ୍ତାହରେ ମୋଦି ଡିନର କରିପାରନ୍ତି । ଏହି ଡିନର କାର୍ଯ୍ୟକ୍ରମରେ କନେଷ୍ଟବଳ ଠାରୁ ଆରମ୍ଭ କରି ଇନ୍ସପେକ୍ଟରଙ୍କ ନାମ ମଗାଯାଇଛି ।

ଖବର ମୁତାବକ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ପ୍ରତ୍ୟେକ ଜିଲ୍ଲାର ପୋଲିସ କର୍ମୀଙ୍କ ନାମ ମାଗିଛନ୍ତି, ଯେଉଁମାନେ ଜି୨୦ ଶିଖର ସମ୍ମିଳନୀରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତେବେ ଡିନର କେବେ ହେବ ଏନେଇ ତାରିଖ ଠିକ୍‌ ହୋଇନି । କିନ୍ତୁ ଏହି ସପ୍ତାହରେ ଡିନର କାର୍ଯ୍ୟକ୍ରମ ହୋଇପାରେ ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀରେ ୯ ଏବଂ ୧୦ ସେପ୍ଟେମ୍ବରକୁ ହୋଇଥିବା ଜି୨୦ ସମ୍ମିଳନୀ ସଫଳତାପୂର୍ବକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୨୦ ଶିଖର ସମ୍ମିଳନୀର ଅନୁଭବ ବିଷୟରେ ପଚାରି ବୁଝିବା ପାଇଁ ନିଜ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରେ ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ସମସ୍ତ ସ୍ତର କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସୁଷମା ସ୍ୱରାଜ ଭବନ ପହଞ୍ଚିଥିଲେ । ଜି ୨୦ ଶିଖର ସମ୍ମିଳନୀର ସଫଳତାକୁ ନେଇ ମୋଦିଙ୍କ ନେତୃତ୍ୱକୁ ବିଶ୍ୱ ନେତା ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.