ସୋନାକ୍ଷୀ ସିହ୍ନା ବାନ୍ଦ୍ରାରେ ସମୁଦ୍ର ସାମ୍ନାରେ କିଣିଲେ ନୂଆ ଆପାର୍ଟମେଣ୍ଟ୍‌, ମୂଲ୍ୟ ଏତେ ଟଙ୍କା!

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସେ ନିଜର ନୂଆ ଘର ନେଇଛନ୍ତି। ସୋନାକ୍ଷୀଙ୍କର ଏହି ଆପାର୍ଟମେଣ୍ଟର ମୂଲ୍ୟ ରହିଛି ପ୍ରାୟ ୧୧ କୋଟି ଟଙ୍କା।

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସେ ନିଜର ନୂଆ ଘର ନେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ସୋନାକ୍ଷୀଙ୍କର ଏହି ନୂଆ ଆପାର୍ଟମେଣ୍ଟର ମୂଲ୍ୟ ରହିଛି ପ୍ରାୟ ୧୧ କୋଟି ଟଙ୍କା। ବାନ୍ଦ୍ରାସ୍ଥିତ ଏକ ହାଇରାଇଜ୍‌ ବିଲ୍ଡିଂର ୨୬ତମ ମହଲାରେ ସୋନାକ୍ଷୀ ଘର କିଣିଛନ୍ତି।

ଏହା ପୂର୍ବରୁ ମଧ୍ୟ ସେ ଗତ ମେ’ ମାସରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ପୁଣିଥରେ ନୂଆ ଆପାର୍ଟମେଣ୍ଟ କିଣି ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି।

ସୋନାକ୍ଷୀଙ୍କର ଏହି ନୂଆ ଆପାର୍ଟମେଣ୍ଟ ସି-ଫେସିଙ୍ଗ୍‌ ରହିଛି। ଏହାର ମୋଟ ଏରିଆ ୪ ହଜାର ୨୦୦ ବର୍ଗଫୁଟ୍‌। ଏହି ନୂଆ ଘର ବାନ୍ଦ୍ରା ପଶ୍ଚିମରେ ରଙ୍ଗ ଶାରଦା ଅଡିଟୋରିୟମ୍ ନିକଟରେ ଅବସ୍ଥିତ। ପ୍ରୋଜେକ୍ଟ ପ୍ରମୋଟର୍ସ ପିରାମିଡ୍ ଡେଭଲପର୍ସ ଓ ସୋନାକ୍ଷୀ ସିହ୍ନାଙ୍କ ମା’ ପୁନମ୍‌ ସିହ୍ନାଙ୍କ ମଧ୍ୟରେ ଗତ ଅଗଷ୍ଟ ୨୯ରେ ଏ ନେଇ ଏକ ଚୁକ୍ତିନାମା ପଞ୍ଜୀକୃତ ହୋଇଥିଲା। ଅଭିନେତ୍ରୀ ନୂଆ ଆପାର୍ଟମେଣ୍ଟ ପାଇଁ ୫୫ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ।

ସୋନାକ୍ଷୀ ସିହ୍ନାଙ୍କ ଆପାର୍ଟମେଣ୍ଟରେ ୪୨୧୦.୮୭ ବର୍ଗ ଫୁଟ୍‌ର କାର୍ପେଟ୍‌ ଏରିଆ ରହିଛି। ଏହା ସହିତ ୪ଟି କାର୍‌ ପାର୍କିଂ ସ୍ଥାନ ମଧ୍ୟ ରହିଛି। ଆପାର୍ଟମେଣ୍ଟରୁ ମାହିମ୍‌ ବେ ଏବଂ ବାନ୍ଦ୍ରା-ଓ୍ଵର୍ଲି ସି ଲିଙ୍କ୍‌ର ଦୃଶ୍ୟ ବହୁତ ସୁନ୍ଦର ଭାବରେ ଦେଖାଯାଉଛି। ସୂଚନାଥାଉ କି, ସୋନାକ୍ଷୀ ସିହ୍ନାଙ୍କୁ ଶେଷ ଥର ଫିଲ୍ମ ‘ଡବଲ୍‌ ଏକ୍ସଏଲ୍‌’ରେ ଦେଖାଯାଇଥିଲା। ଆଗକୁ ବହୁତ ଜଲ୍‌ଦି ସେ ହରର୍‌-କମେଡି ମୁଭି ‘କାକୁଡ଼ା’ରେ ନଜର ଆସିବାକୁ ଯାଉଛନ୍ତି।

Leave A Reply

Your email address will not be published.