Below header

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ସ୍ଥଳରୁ ଖନନ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ସ୍ତମ୍ଭ; ସୂଚନା ଦେଲା ମନ୍ଦିର ଟ୍ରଷ୍ଟ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି ।

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି । ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା ବିଷୟରେ ସୂଚନା ଦେଇଛନ୍ତି ।

ମନ୍ଦିର ନିର୍ମାଣ ସ୍ଥଳରୁ ମିଳିିଥିବା ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ତେବେ ଏହି ପ୍ରାଚୀନ ମନ୍ଦିର କେଉଁ ସମୟର ଏବଂ କେଉଁ ରାଜବଂଶର ଥିଲା, ସେ ସମ୍ବନ୍ଧରେ ଅଧିକ ସୂଚନା ନାହିଁ । ତଥାପି ସୋସିଆଲ ମିଡିଆରେ ଜଣେ ୟୁଜର ଏ ସମ୍ବନ୍ଧରେ ଲେଖିଛନ୍ତି ଯେ ଏହି ଅବଶେଷ ଗୁର୍ଜର ପ୍ରତିହାର ରାଜବଂଶର ବୋଲି ସୂଚାଉଛି । ଏଗୁଡ଼ିକୁ ସଂରକ୍ଷଣ କରିବା ଆବଶ୍ୟକ। ଅନ୍ୟ ଜଣେ ୟୁଜର କହିଛନ୍ତି, ଖନନ ବେଳେ ଯେଉଁ ମୂର୍ତ୍ତିଗୁଡ଼ିକ ମିଳିଛି, ତାହା ବୌଦ୍ଧ ପରମ୍ପରାର ବୋଲି ଜଣାପଡ଼ୁଛି। ବୁଦ୍ଧଙ୍କ ମନ୍ଦିରରେ ମୂର୍ତ୍ତିଗୁଡ଼ିକ ଏହିପରି ହୋଇଥାଏ । ଏହାକୁ ନେଇ ବିବାଦ ହୋଇପାରେ, ତେଣୁ ଦେଖାନ୍ତୁ ନାହିଁ ।

ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଟ୍ରଷ୍ଟର କହିବା ହେଲା, ସମୟ ସୀମା ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ । ସାବଧାନତାର ସହ ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଉଛି। ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୧୭,୦୦୦ ଗ୍ରାନାଇଟ୍ ପଥର ବ୍ୟବହାର କରାଯାଉଛି, ଯାହାର ଓଜନ ୨ ଟନ୍ ରହିଛି। ଏହା ବ୍ୟତୀତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମିର୍ଜାପୁରରୁ ୪ ଲକ୍ଷ ଘନଫୁଟ୍‌ର ଗୋଲାପି ପଥର ବ୍ୟବହାର କରାଯାଉଛି । ଏଥିସହ ଶିଖର କାର୍ଯ୍ୟ ପାଇଁ ରାଜସ୍ଥାନର ବଂଶୀ ପାହାଡପୁରରୁ ୧ ଲକ୍ଷ ଘନଫୁଟ୍‌ର ସ୍ୱତନ୍ତ୍ର ମାର୍ବଲ ଖୋଦେଇ ପଥର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.