Below header

କଣ ଆପଣ ମଧ୍ୟ ଛାତ ଉପରେ ଏକାଠି ବସି ତାସ ଖେଳୁଛନ୍ତି, ସାବଧାନ ! ଉପରେ ବୁଲୁଛି ପୋଲିସର ଡ୍ରନ କ୍ୟାମେରା, ଦେଖନ୍ତୁ ଭିଡ଼ିଓ

ସାରା ଦେଶରେ ଲକଡାଉନ ଜାରି ରହିଛି। ଯେଉଁ କାରଣରେ ଲୋକେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ସରକାରଙ୍କ ଅନୁରୋଧକୁ ରକ୍ଷା କରି ଘରେ ରହୁଛନ୍ତି। ଏମିତିରେ ଆପଣ ଲକଡାଉନରେ ଲୋକେ ଘରେ କେମିତି ସମୟ କାଟୁଛନ୍ତି ତାହାର ଅନେକ ଭିଡ଼ିଓ ଆପଣ ଦେଖୁଛନ୍ତି। କିଏ ଘରେ ରହି ରୋଷେଇ କରୁଛନ୍ତି ତ କିଏ ତାସ, ଲୁଡୋ, କ୍ୟାରମ ଆଦି ଖେଳୁଥିବା ଭିଡ଼ିଓ ଆପଣ ଦେଖୁଛନ୍ତି।

ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବା ସହିତ ଯଦି ଆପଣ ବି ଏମିତି କରୁଥାନ୍ତି ତେବେ ସାବଧାନ ହୋଇଯିବେ। ଟିକଟକରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଦେଖାଯାଉଛି ଯେ ଛାତ ଉପରେ କିଛି ଲୋକ ରୁଣ୍ଡ ହୋଇ ବା ଏକାଠି ହୋଇ ତାସ ଖେଳୁଛନ୍ତି। କିନ୍ତୁ ସେମାନେ ଭାବିନଥିବେ ଯେ ପୋଲିସ ତାଙ୍କ ଠାରୁ ଆହୁରୀ ଚାଲାକ। ଘର ବାହାରେ ଜଗିବା ସହିତ ଛାତ ଉପରେ ମଧ୍ୟ ଲୋକଙ୍କୁ ନଜର ରଖୁଛନ୍ତି ପୋଲିସ। ଏହିଭଳି କିଛି ଲୋକଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ମଧ୍ୟ ଜବରଦସ୍ତ ତରିକା ବାହାର କରିଛି।

@saddam600♬ original sound – Aasif pathan


ଦେଖନ୍ତୁ କିପରି ଛାତ ଉପରେ ଏକାଠି ହୋଇ ତାସ ଖେଳୁଥିବା ଲୋକଙ୍କ ଉପରେ ପୋଲିସ ଡ୍ରନ କ୍ୟାମେରା ଦ୍ୱାରା ନଜର ରଖୁଛି। ଉପରୁ ପୋଲିସ ଡ୍ରନ କ୍ୟାମେରାରେ ଦେଖୁଥିବା ଦେଖି ଲୋକେ ତୁରନ୍ତ ଘର ଭିତରକୁ ଦୌଡ଼ି ପଳାଇଲେ। ତେଣୁ ସାବଧାନ, ଆପଣଙ୍କ ଉପରେ ବି ରହିଛି ପୋଲିସର ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.