ପାରଳାଖେମୁଣ୍ଡିରେ ଲକଡାଉନର ପ୍ରଭାବ: ଚାରିଚକିଆ ଓ ଭାରିଯାନ ଉପରେ କଟକଣା ବଳବତ୍ତର, ସକାଳ ୬ ଟାରୁ ୧୦ଟା ଯାଏ ଖୋଲା ରହିବ ବଜାର

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଚାଲିଛି ଲକଡାଉନ୍‌ । ଆଗରୁ ଚାରିଚକିଆ ଓ ଭାରିଯାନ କଟକଣା ବଳବତ୍ତର ରହିଛି । ଗଜପତି ପ୍ରଶାସନ ପକ୍ଷରୁ ଯେଉଁ ସମସ୍ତ ନିୟମ ଲାଗୁ କରାଯାଇଛି ତାହା ଜନସାଧାରଣ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି । ସକାଳ ୬ ଟାରୁ ୧୦ ଟା ଯାଏଁ ନିଜ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଏହା ବାଦ ଲୋକ ଘରେ ରହିବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.