ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୧୦୦ଟି ବସ୍‌ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟରର ବ୍ୟବସ୍ଥା, ସକାଳ ୭ଟାରୁ ୧୦ଟା ଏବଂ ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଏଠାରେ ମିଳିବ ପରିବା

ଭୁବନେଶ୍ୱର: ବସ୍‌ ଷ୍ଟପରେ ପରିବା ମାର୍କେଟ। ସକାଳ ୭ଟାରୁ ୧୦ଟା ଏବଂ ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଏଠାରେ ପରିବା ମିଳିବ। ରାଜଧାନୀବାସିନ୍ଦା ଏହି ସମୟ ମଧ୍ୟରେ ଏଠାକୁ ଆସି ପରିବା କିଣିପାରିବେ।

vegiଲୋକଙ୍କ ସୁବିଧା ପାଇଁ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୧୦୦ଟି ବସ୍‌ ଷ୍ଟପରେ ଏହି ଅସ୍ଥାୟୀ ଭେଣ୍ଡିଂ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ରକ୍ଷାକରି ପରିବା କିଣିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ପରିବା ସହ ତେଜରାତି ମଧ୍ୟ ମିଳିବ। ଟ୍ଵିଟ୍‌ କରି BMC ପକ୍ଷରୁ ଏହି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.