Below header

୧୮ କୋଟି ଟଙ୍କାର ଡିଲ୍‌! ମୁମ୍ବାଇ ପୋଲିସ୍ ହାତରେ ଗୋଷାଭୀଙ୍କୁ ପୂଜା ଦଦଲାନି ଭେଟିବା ସମୟର ସିସିଟିଭି ଫୁଟେଜ୍

ଆଗୁଆ ୫୦ ଲକ୍ଷ ଟଙ୍କା ନେଇଥିଲେ ଗୋଷାଭି

ମୁମ୍ବାଇ : ବଢ଼ିଲା ଗୋଷାଭିଙ୍କ ଅଡୁଆ । ମୁମ୍ବାଇ ପୋଲିସ ହାତରେ ଗୋଷାଭୀଙ୍କୁ ପୂଜା ଦଦଲାନି ଭେଟିବା ସମୟର ସିସିଟିଭି ଫୁଟେଜ । ଆର୍ଯ୍ୟନ ଖାନ୍‌ ଗିରଫ ପରେ ୧୮ କୋଟି ଟଙ୍କାର ଡିଲ୍‌ କରିଥିଲା ଗୋଷାଭି । ଆଗୁଆ ୫୦ ଲକ୍ଷ ଟଙ୍କା ନେଇଥିଲା ଗୋଷାଭି । ତଦନ୍ତ କରୁଥିବା SIT ହାତରେ ଲାଗିଛି ସିସିଟିଭି ଫୁଟେଜ୍‌ ଗୋଷାଭି ବିରୋଧରେ ନୂଆ କେସ୍‌ ଖୁବଶୀଘ୍ର ରୁଜୁ ହେବ ।

ଏବେ ସେ ଏକ ପୁରୁଣା ଠକାମି ମାମଲାରେ ପୁନେ ପୋଲିସ ଦ୍ୱାରା ଗିରଫ ହୋଇଛି । ଆର୍ଯ୍ୟନଙ୍କୁ ମୁକୁଳାଇବା ପାଇଁ ଏନସିବିର ସାକ୍ଷୀ ଓ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ମଧ୍ୟରେ ହୋଇଥିଲା ଡିଲ୍‌ । କୋର୍ଡେଲିଆ କ୍ରୁଜ ଡ୍ରଗ୍‌ ମାମଲାର ମୁଖ୍ୟସାକ୍ଷୀ ଥିବା କିରନ ଗୋସାଭି ଓ ତାଙ୍କ ବଡିଗାର୍ଡ ପ୍ରଭାକର ଶୈଲ ଥିଲେ ମଧ୍ୟସ୍ଥତାର କାର୍ପଟଦାର। ଅକ୍ଟୋବର ୩ତାରିଖରେ ଗୋସାଭି ଓ ପୂଜା ବ୍ୟକ୍ତିଗତ କଥା ହେବା ଟଙ୍କାର ଡିଲ୍‌ କରିଥିଲେ।

ସୂଚନା ଥାଉକି, ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ନିକଟରେ  ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାଭିଙ୍କୁ ବାନ୍ଧିଥିଲା ପୁଣେ ପୋଲିସ। କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲେ। ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ ଗିରଫ କରରଯାଇଥିଲା। ଗୋସାବୀଙ୍କ ବିରୋଧରେ ପୁଣେଠାରେ ଠକେଇ ମାମଲା ରୁଜୁ ହୋଇଥିଲା।

କେପି ଗୋସାଭି ଗିରଫ ହେବା ପରେ ପୁଣେ ପୋଲିସ କହିଥିଲାଯେ ଗୋସାଭି ସରେଣ୍ଡର କରିନଥିଲେ। ଆମେ ଇଣ୍ଟେଲିଜେଣ୍ଟ ଆଧାରରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି। ୨୦୧୮ ଠକେଇ ମାମଲାରେ ଗୋସାବୀଙ୍କୁ ଗିରଫ କରିଥିଲାଛି ପୁଣେ ପୋଲିସ। ଗିରଫର ୩ ଦିନ ପୂର୍ବରୁ ପୋଲିସ ଉତ୍ତରପ୍ରଦେଶରେ ଗୋସାବୀଙ୍କୁ ଆତ୍ମସର୍ମପଣ କରିବାକୁ କହିଥିଲା। ୨୦୧୯ରେ ପୁଣେ ପୋଲିସ ତାଙ୍କୁ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା। ସେବେଠାରୁ ସେ ଫେରାର ଥିଲେ। କ୍ରୁଜ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଗିରଫ ଆର୍ଯ୍ୟନ୍‌ ଖାନଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ ଗୋସାଭି। ଅକ୍ଟୋବର ୧୪ରେ ପୋଲିସ ତାଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.