Below header

କୁକୁର ଛୁଆଙ୍କୁ ବଞ୍ଚାଇବାକୁ ଯାଇ ସାପଭରା କୂଅକୁ ଡେଇଁଲେ ପୋଲିସ ଅଧିକାରୀ, ଆଉ ତାପରେ.. ଦେଖନ୍ତୁ ଭାଇରଲ ଫଟୋ

ନିକଟରେ ଜଣେ ପୋଲିସ ଅଧିକାରୀ ନିଜର ବାହାଦୁରି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଟ୍ୱିଟରରେ ସେୟାର କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି କିପରି ସେ କୁକୁରର ତିନୋଟି ପିଲାକୁ ବଞ୍ଚାଇଵାକୁ ଯାଇ ଏକ କୁଆ ଭିତରକୁ ପଶି ଯାଇଥିଲେ । ତେବେ ପୋଲିସ ଅଧିକାରୀ ଜଣକ କୂଅରେ ପଶି କୁକୁରକୁ ଉଦ୍ଧାର କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯେଉଁଥିରେ ଲୋକମାନେ ତାଙ୍କର ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି ।

‘Call 112’ ଦ୍ୱାରା ସେୟାର କରାଯାଇଥିବା ଏହି ଟ୍ୱିଟ ଅନୁଯାୟୀ ଘଟଣାଟି ଘଟିଥିଲା ଉତ୍ତରପ୍ରଦେଶର ଅମରୋହା ଠାରେ । ଏହି ଗ୍ରାମରେ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ ଯେ ଏକ ପରିତ୍ୟକ୍ତ କୂଅ ଭିତରେ ଗୋଟେ କୁକୁରର ତିନୋଟି ପିଲା ପଡି ଯାଇଛନ୍ତି କିନ୍ତୁ କେହି ବି ତାଙ୍କୁ ବଞ୍ଚାଇବାକୁ ସାହସ କରିପାରୁନାହାନ୍ତି । କାରଣ କୂଅ ଭିତରେ ଅନେକ ଗୁଡିଏ ସାପ ରହିଛନ୍ତି । ତେବେ ଶେଷରେ ଜଣେ ପୋଲିସ ଅଧିକାରୀ ଆସି କୂଅ ଭିତରେ ପଶି କୁକୁରଛୁଆ ଗୁଡିକୁ ବାହାର କରିବାପାଇଁ ନିଷ୍ପତ୍ତି ନେଇଥିଲେ ଓ ଶେଷରେ ଉଦ୍ଧାର କରିଥିଲେ ମଧ୍ୟ ।

police

ଜାନୁଆରୀ ୨୨ ତାରିଖରେ ସେୟାର କରାଯାଇଥିବା ଏହି ଟ୍ୱିଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଦେଖି ସାରିଛନ୍ତି । ତାସହିତ ଲୋକମାନେ ପୋଲିସ ଅଧିକାରୀଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.