ସବୁ ମାତାଙ୍କଠାରୁ ଊର୍ଦ୍ଧ୍ୱରେ ଥିଲେ ଯଶୋଦା, ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର କେତେଜଣ ଥିଲେ ମା’

ଭଗବାନ ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ବହୁତ ରହସ୍ୟମୟ। ସେ ଗୀତା ରୂପେ ସଂସାରକୁ ଯେଉଁ ଜ୍ଞାନ ଦେଇଛନ୍ତି, ସେଥିରେ ଧର୍ମ, ଦର୍ଶନ ଏବଂ ଆଧ୍ୟାତ୍ମର ସବୁ ଧାରା ସମାହିତ ଅଛି। ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ୩ ମାତାଙ୍କ ବିଷୟରେ ସଂକ୍ଷିପ୍ତ କଥା କହିବାକୁ ଯାଉଛୁ।

lop

୧. ଦେବକୀ

ଦେବକୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଜନ୍ମଦାତ୍ରୀ। ସେ ମଥୁରାର ରାଜା କଂସଙ୍କ ବାପା ମହାରାଜା ଅଗ୍ରସେଣଙ୍କ ଭାଇ ଦେବକଙ୍କ କନ୍ୟା ଥିଲେ। ତାଙ୍କୁ ଅଦିତିଙ୍କ ଅବତାର ବୋଲି କୁହାଯାଏ। ଦେବକୀଙ୍କ ବିବାହ ବସୁଦେବଙ୍କ ସହିତ ହୋଇଥିଲା। ଏଥିପାଇଁ ଶ୍ରୀକୃଷ୍ଣଙ୍କୁ ଦେବକୀନନ୍ଦନ ଏବଂ ବାସୁଦେବ ମଧ୍ୟ କୁହାଯାଇଥାଏ।

lo5

୨. ରୋହିଣୀ

ବସୁଦେବଙ୍କ ଦ୍ୱିତୀୟ ପତ୍ନୀ ରୋହିଣୀ, ବଳରାମ, ଏକାଙ୍ଗା ଓ ସୁଭଦ୍ରାଙ୍କ ମାତା ଥିଲେ। ସେ ଦେବକୀଙ୍କ ସପ୍ତମ ଗର୍ଭକୁ ଗ୍ରହଣ କରିଥିଲେ ଏବଂ ସେଥିରୁ ବଳରାମଙ୍କ ଜନ୍ମ ହୋଇଥିଲା। ସେ ଯଶୋଦା ମାତାଙ୍କ ସହିତ ରହୁଥିଲେ। ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ଜେଜେ ମାତା ‘ମାରିଷା’ ଏବଂ ସଉତୁଣୀ ମା’ ରୋହିଣୀ ‘ନାଗ’ ଜନଜାତିର ଥିଲେ।

loo

୩. ଯଶୋଦା

ମାତା ଯଶୋଦା ଭଗବାନ ଶ୍ରୀକୃଷ୍ଣଙ୍କର ନା ଜନ୍ମଦାତ୍ରୀ ଥିଲେ ନା ସଉତୁଣୀ ମା’। କିନ୍ତୁ ସେ ଶ୍ରୀକୃଷ୍ଣଙ୍କୁ ଲାଳନପାଳନ କରିଥିଲେ। ଏଥିପାଇଁ ସେ ଜନ୍ମଦାତ୍ରୀ ଓ ସଉତୁଣୀ ମା’ଙ୍କଠାରୁ ବି ଅଧିକ ଥିଲେ। ନନ୍ଦଙ୍କ ପତ୍ନୀ ଯଶୋଦାଙ୍କ ବାପାଙ୍କ ନାଁ ସୁସୁଖ ଏବଂ ମାତାଙ୍କ ନାଁ ପାଟଳା ଥିଲା।

lo2

୪. ଅନ୍ୟ ମାତା

ଶ୍ରୀକୃଷ୍ଣଙ୍କ ବାପା ବସୁଦେବଙ୍କର ଆଉ ବି ପତ୍ନୀମାନେ ଥିଲେ। ସେମାନେ ହେଲେ ପୌରବୀ, ଭଦ୍ରା, ମଦିରା, ରୋଚନା, ଇଲା। ଏ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କ ସଉତୁଣୀ ମା’ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.