Below header

ଦ୍ୱିତୀୟ ଟି-୨୦ ଆରମ୍ଭ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ନ୍ୟୁଜିଲାଣ୍ଡ ଦଳ

ଅକ୍‌ଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ଦ୍ୱିତୀୟ ଟି-୨୦ମ୍ୟାଚ୍‌ । ଟସ୍‌ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା । ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିରାଟ ବାହିନୀ ୧-୦ରେ ଆଗୁଆ ରହିଛି । ଆଜି ମ୍ୟାଚ୍‌ ଆରମ୍ଭରୁ ଓପ୍ନର ଗପ୍‌ଟିଲ୍‌ ପ୍ରଥମରୁ ୨ଟି ଛକା ମାରି ତାଙ୍କ ଇନିଂସ୍‌ ଆରମ୍ଭ କରିଛନ୍ତି ।
ଆସନ୍ତୁ ଜାଣିବା ଅକ୍‌ଲାଣ୍ଡ ପିଚ୍‌ ଓ ପଡ଼ିଆ ବିଷୟରେ । ଏହି ପଡ଼ିଆ ଆକାରରେ ଟିକେ ଛୋଟ । ତେଣୁ ଏଠାରେ ଅଧିକ ରନ୍‌ ସ୍କୋର ହେବ ବୋଲି ଆଶା କରାଯାଉଛି ।

TOSS-2ଏଠାରେ ପାଗ ଭଲ ଅଛି । ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ୧୯ ଡିଗ୍ରୀ ପାଖାପାଖି ରହିଛି । ତେବେ ଘଣ୍ଟାକୁ ୨୨ କି.ମି. ବେଗରେ ପବନ ବହୁଛି । ଯାହା ବୋଲର୍‌ଙ୍କୁ କିଛିଟା ସହାୟତା ଦେଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.