CAA ଲାଗୁପରେ ଭଗବାନ ବାଲାଜୀଙ୍କଠୁ ନେଇ ଅନ୍ୟ ଦେବଦେବୀଙ୍କ ନାଗରିକତା ଦାବିକଲେ ପୂଜାରୀ

ସାରାଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC)କୁ ନେଇ ବିରୋଧ ଲାଗି ରହିଛି। ଏହାମଧ୍ୟରେ ହାଇଦ୍ରାବାଦ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବଦେବୀଙ୍କ ନାଗରିକତା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ସିଏସ ରଙ୍ଗରାଜନ ନାମକ ଏହି ବ୍ୟକ୍ତି ନାଗରିକତା ସଂଶୋଧନ କାନୁନ CAA ସେକ୍ସନ 5(4) ଅନୁଯାୟୀ ତିରୁମାଲାର ଭେଙ୍କେଟେଶ୍ବର ସ୍ୱାମୀ, ସଵରୀମାଲାର ଅୟପ୍ପା ସ୍ୱାମୀ ଏବଂ କେରଳର ଭଗବାନ ପଦ୍ମନାଭଙ୍କୁ ମଧ୍ୟ ନାଗରିକତା ଦେବାପାଇଁ ଦାବି କରିଛନ୍ତି ।

Image result for the priest sought citizenship for other deities including lord balaji under the caa

ରଙ୍ଗରାଜନଙ୍କ କହିବା ଅନୁଯାୟୀ CAAରେ ଏକ ନାବାଳକକୁ ମଧ୍ୟ ନାଗରିକତା ଦେବାର ନିୟମ ରହିଛି । ସେଥିପାଇଁ ସବୁ ମନ୍ଦିର ଓ ଦେବତାମାନଙ୍କୁ ଏହି ନିୟମ ଦ୍ୱାରା ନାଗରିକତା ଦିଆଯାଇପାରିବ । ଦେଶର ସବୁ ମନ୍ଦିରର ପୂଜାରୀ ସରକାରଙ୍କ ନିକଟରେ ଭଗବାନଙ୍କ ପାଇଁ ଦାବି କରିପାରିବେ ଏବଂ ଆଇନ ଅନୁଯାୟୀ କୋର୍ଟକୁ ମଧ୍ୟ ଯାଇପାରିବେ ।

Image result for the priest sought citizenship for other deities including lord balaji under the caa

ରଙ୍ଗରାଜନଙ୍କ କହିବା ମୁତାବକ, ଭାରତର ଧର୍ମନିରପେକ୍ଷ ରାଜ୍ୟରେ ହିନ୍ଦୁ ମନ୍ଦିର, ଧାର୍ମିକ ସଂଗଠନ ଏବଂ ଧାର୍ମିକ ସଂସ୍ଥାନ ଗୁଡିକ ଉପରେ ଏବେ ବିପଦ ବଢି ବଢି ଚାଲିଛି । ସାମ୍ବିଧାନିକ ନିୟମ ଏବଂ ନ୍ୟାୟିକ ନିଷ୍ପତ୍ତି ପରେ ମଧ୍ୟ ହିନ୍ଦୁ ମନ୍ଦିର ଓ ଧର୍ମ ସଂସ୍ଥାନଗୁଡିକର କୁପ୍ରବନ୍ଧନ ଗୁଡିକୁ ସରକାର ନିୟନ୍ତ୍ରଣ କରିବାପାଇଁ ଚାଁହୁଛନ୍ତି ଯେତେବେଳେ ଅନ୍ୟ ଧର୍ମକୁ ଆଦରର ସହିତ ପ୍ରବନ୍ଧନ କରାଯାଉଛି । ତେବେ ଏହା ପୁଣି ସେତେବେଳେ ଯେତେବେଳେ ସମ୍ବିଧାନର ଅନୁଚ୍ଛେଦ 26 ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.