କିଟ୍‌ ଓ କିସ୍‌ ପକ୍ଷରୁ ପାଳିତ ହୋଇଯାଇଛି ୭୧ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍‌ ଓ କିସ୍‌ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କିଟ୍‌  ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଚଳିତବର୍ଷ ମୁଖ୍ୟ ଅତିଥି ଭାବେ କେପିଆର ମିଲ୍‌ ଲିମିଟେଡର ଅଧ୍ୟକ୍ଷ କେ.ପି ରାମାସାମୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ ସେନାନୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ । କିଟ୍‌ ଓ କିସ୍‌ ଛାତ୍ରଛାତ୍ରୀମାନେ ଦେଶର ଗୌରବ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ହାନ୍‌ସେଓ ବିଶ୍ୱିଦ୍ୟାଳୟର ପ୍ରଫେସର କିମ୍‌ ସେଙ୍ଗ ଜେ, ଅଲମ୍ପିଆନ୍‌ ଦୂତୀ ଚାନ୍ଦ, କିଟ୍‌ ବିଶ୍ୱବିଦ୍ୟାଳୟର ଉପକୂଳାଧିପତି ପ୍ରପେସର ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ହରେକୃଷ୍ଣ ଶତପଥୀ, କିଟ୍‌ ବିଶ୍ୱିବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।  ଶେଷରେ ପ୍ୟାରେଡ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ଦଳକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କିଟ୍‌ ଓ କିସ୍‌ର ଶ୍ରେଷ୍ଠ ବିବେଚିତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.