Below header

ପୁଅକୁ ମାରିବା ପରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସୂଚନା : ପୋଲିସ

ପୁଅକୁ ମାରିବା ପରେ ଜୀବନ ହାରିବାକୁ ଚେଷ୍ଟା କରି ହାତ କାଟିଦେଇଥିଲେ ସୂଚନା । ସୂଚନା ନିଜର ହାତ କାଟିବା ପରେ କିଛି ରକ୍ତ ବାହାରିବା ପରେ ସେ ନିଷ୍ପତ୍ତି ବଦଳାଇ ଦେଇଥିଲେ । ଏହାପରେ ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ବେଙ୍ଗାଲୁରୁକୁ ବାହାରିଥିଲେ ।

ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋଆ ସ୍ଥିତ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ପ୍ରଥମେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିଲେ । ଏହାପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ହାତ କାଟିଦେଇଥିଲେ । ସୂଚନା ନିଜର ହାତ କାଟିବା ପରେ କିଛି ରକ୍ତ ବାହାରିବା ପରେ ସେ ନିଷ୍ପତ୍ତି ବଦଳାଇ ଦେଇଥିଲେ । ଏହାପରେ ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ବେଙ୍ଗାଲୁରୁକୁ ବାହାରିଥିଲେ । ବେଙ୍ଗାଲୁରୁ ଯିବା ପାଇଁ ସେ ୩୦ ହଜାର ଟଙ୍କା ଦେଇ ଗୋଟିଏ କାର୍‌ ମଧ୍ୟ ବୁକ କରିଥିଲେ ବୋଲି ପୋଲିସ କହିଛି ।

ପୋଲିସ କହିବା ମୁତାବକ, ସୂଚନା ସେଠ ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ । ସୂଚନା ସେଠ ୨୦୧୦ରେ ବିବାହ କରିଥିଲେ । ୨୦୧୯ରେ ତାଙ୍କର ପୁଅ ଜନ୍ମ ହୋଇଥିଲା । ତେବେ ୨୦୨୦ରେ କୌଣସି କାରଣ ଯୋଗୁଁ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଏହା ପରେ ନିଜ ପୁଅକୁ ପ୍ରତି ରବିବାର ବ୍ୟକ୍ତି ଜଣକ ଦେଖା କରିପାରିବେ ବୋଲି କୋର୍ଟ ଆଦେଶ ଦେଇଥିଲେ । ଯାହା ସୂଚନାଙ୍କୁ ପସନ୍ଦ ନଥିଲା । ଏହି କାରଣ ଯୋଗୁଁ ସବୁବେଳେ ଟେନସନରେ ରହୁଥିଲେ ସୂଚନା । ନିଜ ପୁଅକୁ  ସ୍ୱାମୀଙ୍କ ସହିତ ଦେଖା କରିବାକୁ ପସନ୍ଦ କରୁନଥିଲେ । ତେଣୁ ଏମିତି କାଣ୍ଡ ରଚିଥିଲେ ।

ମହିଳା ଜଣକ ନର୍ଥ ଗୋଆରେ ରହୁଥିବା ହୋଟେଲ ରୁମ୍‌ ଚେକ୍‌ ଆଉଟ କରିବା ପରେ ସଫେଇ କର୍ମଚାରୀ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ । ସୋମବାର ୮ ଜାନୁଆରୀ ସକାଳ ସୂଚନା ବ୍ୟାଗ୍‌ ନେଇ ହୋଟେଲ  ରୁମରୁ ବାହାରିଥିଲେ । ସେଥିରେ ରକ୍ତ ଲାଗିଥିଲା । ରୁମରୁ ଏକୁଟିଆ ବାହାରି ହୋଟେଲ କର୍ମଚାରୀକୁ ଟାକ୍ସି ବୁକ୍‌ କରିବାକୁ କହିଥିଲେ । ଆପାର୍ଟମେଣ୍ଟ ଷ୍ଟାଫ ତାଙ୍କୁ ଫ୍ଲାଇଟ ବୁକ କରିବା ପାଇଁ କହିଥିଲେ । କିନ୍ତୁ ସେ ମନା କରିଦେଇଥିଲେ ।

ତା’ ପରେ ହୋଟେଲ  କର୍ମଚାରୀମାନେ ତାଙ୍କ ପୁଅ ସାଙ୍ଗରେ ନଥିବା ଦେଖି ସନ୍ଦେହ କହିଥିଲେ । ସନ୍ଦେହ କରିବା ପରେ ଏନେଇ ପୋଲିସକୁ ଖବର ଦେବା ପରେ ମହିଳା ଜଣକ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ମୃତଦେହ ସହ ଧରିଥିଲା । ୩୯ ବର୍ଷୀୟ ସୂଚନା ସେଠଙ୍କୁ ସୋମବାର ପୋଲିସ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରିଛି । କୋର୍ଟ ତାଙ୍କୁ ୬ ଦିନ ପାଇଁ ପୋଲିସକୁ ହେପାଜତକୁ ମଧ୍ୟ ପଠାଇଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.