ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି 

ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି।

ମାଲକାନଗିରି (କେନ୍ୟୁଜ୍‌): ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି। କାଙ୍ଗେର ଏରିଆ କମ୍ମିଟିର ସଦସ୍ୟ ଭାବେ ସେ ସକ୍ରିୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଧରିବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଆତ୍ମସମର୍ପଣ କରିଛନ୍ତି ଉଙ୍ଗି । ପ୍ରାୟ ୪୦ଟି ହିଂସାକାଣ୍ଡରେ ଉଙ୍ଗି ଜଡିତ ଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ପି ନିତିନ ୱାଦୱାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.