ମାଲଦ୍ୱୀପରେ ଜନ୍ମଦିନ ପାଳନ କଲେ ବିପାଶା, ଏବେ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ବଲିଉଡର ସମସ୍ତ ଷ୍ଟାର ପ୍ରାୟତଃ ବଡ଼ କିମ୍ବା ଛୋଟ ଖୁସିର ସେଲିବ୍ରେସନ୍‌ କରିବା ପାଇଁ ମାଲଦ୍ୱୀପକୁ ଯାଇଥାନ୍ତି । କିନ୍ତୁ ଯେହେତୁ ବର୍ତ୍ତମାନ ମାଲଦ୍ୱୀପ ଓ ଭାରତ ମଧ୍ୟରେ ବିବାଦ ଚାଲିଛି । ତେବେ ଏପରି ପରିସ୍ଥିତିରେ ବିପାଶା ବସୁ ସ୍ୱାମୀ କରଣ ସିଂ ଗ୍ରୋଭର ଏବଂ ଝିଅ ଦେବୀଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ମାଲଦ୍ୱୀପକୁ ଏକ ଟ୍ରିପ୍‌ରେ ଯାଇଥିଲେ । ଯେଉଁ କାରଣରୁ ତାଙ୍କୁ ଏବେ ବହୁତ ଟ୍ରୋଲ ହେବାକୁ ପଡୁଛି ।

ମାଲଦ୍ୱୀପକୁ ଯିବା ବଲିଉଡ ଷ୍ଟାରଙ୍କ ପାଇଁ ବଡ କଥା ନୁହେଁ । ବଲିଉଡର ସମସ୍ତ ଷ୍ଟାର ପ୍ରାୟତଃ ବଡ଼ କିମ୍ବା ଛୋଟ ଖୁସିର ସେଲିବ୍ରେସନ୍‌ କରିବା ପାଇଁ ମାଲଦ୍ୱୀପକୁ ଯାଇଥାନ୍ତି । କିନ୍ତୁ ଯେହେତୁ ବର୍ତ୍ତମାନ ମାଲଦ୍ୱୀପ ଓ ଭାରତ ମଧ୍ୟରେ ବିବାଦ ଚାଲିଛି । ସେଥିପାଇଁ ବଲିଉଡର ଅନେକ ଷ୍ଟାର ମଲଦ୍ୱୀପ୍‌ ଛାଡି ଅନ୍ୟ ସବୁ ସ୍ଥାନକୁ ବୁଲିବା ପାଇଁ କଥା କହୁଛନ୍ତି । ତେବେ ଏପରି ପରିସ୍ଥିତିରେ ବିପାଶା ବସୁ ସ୍ୱାମୀ କରଣ ସିଂ ଗ୍ରୋଭର ଏବଂ ଝିଅ ଦେବୀଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ମାଲଦ୍ୱୀପକୁ ଏକ ଟ୍ରିପ୍‌ରେ ଯାଇଥିଲେ । ତେବେ ଇନଷ୍ଟାଗ୍ରାମରେ ବିପାଶା ତାଙ୍କ ଟ୍ରିପ୍‌ର ସେହି ଫଟୋ ସେୟାର କରିବା ମାତ୍ରେ ସୋସିଆଲ ମିଡିଆରେ ତାହା ଭାଇରାଲ ଲାଗିଛି । ଏହା ସହ ସୋସିଆଲ ମିଡିଆ ୟୁଜରମାନେ ତାଙ୍କର ସେହି ଫଟୋକୁ ଲାଇକ୍‌ କରିବା ବଦଳରେ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି ।

ଏହି ବର୍ଷ ବିପାଶା ତାଙ୍କର ୪୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅଭିନେତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବାକୁ ମାଲଦ୍ୱୀପ ଯାଇଥିଲେ । ଯେତେବେଳେ କି ବର୍ତ୍ତମାନ ମାଲଦ୍ୱୀପ ଏବଂ ଲକ୍ଷ୍ମଦ୍ୱୀପ ମଧ୍ୟରେ ସ୍ଥିତି ଠିକ୍‌ ଚାଲିନାହିଁ । ଏହି କାରଣରୁ ବିପାଶା ବସୁଙ୍କୁ ଫ୍ୟାନ୍ସ ଜୋର୍‌ସୋର୍‌ ଟ୍ରୋଲ କରିବାରେ ଲାଗିଛନ୍ତି । ଇନଷ୍ଟାଗ୍ରାମରେ ବିପାଶାଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି, ‘ମାଲଦ୍ୱୀପ ସରକାର ଆମକୁ ହଇରାଣ କରୁଛନ୍ତି ଏବଂ ଆପଣ ସେଠାରେ ବୁଲୁଛନ୍ତି । ଆପଣ ଦେଶଦ୍ରୋହୀ ମଧ୍ୟ କହିଛନ୍ତି । ସେହିଭଳି ଅନେକ ୟୁଜର ବିପାଶାଙ୍କୁ ଦେଶ ସହ ଛିଡା ହୋଇ ନ ଥିବାରୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ତେବେ ସୋସିଆଲ ମିଡିଆର ୟୁଜରମାନେ ବିପାଶାଙ୍କ ଏହି ପୋଷ୍ଟ କୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି । ଏପରି ମଧ୍ୟ ୟୁଜର୍ସ ବିପାଶାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଭାରତରେ କ’ଣ ଜନ୍ମଦିନ ପାଳନ କରାଯାଇପାରିନଥାନ୍ତି କି ? ଏଥି ସହିତ କିଛି ୟୁଜର୍ସ କହିଛନ୍ତି ଯେ ବିପାଶାଙ୍କୁ ମାଲଦ୍ୱୀପର ଫଟୋ ସେୟାର କରିବା ଉଚିତ୍ ନୁହେଁ । ଏହି ସବୁ କମେଣ୍ଟ ଆସିବା ପାରେ ବିପାଶା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯେ ସୋସିଆଲ ମିଡିଆରେ ମୁଁ କେବଳ ଆପଣମାନଙ୍କ ଅଭିନନ୍ଦନ ଏବଂ ଭଲ ପାଇବା ଅନୁଭବ କରିପାରିବି । ଏହା ବ୍ୟାତୀତ ଏହି ଅଭିନେତ୍ରୀ ବାରମ୍ବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ଏବଂ ଷ୍ଟୋରି ମାଧ୍ୟମରେ ମାଲଦ୍ୱୀପର ସମସ୍ତ ଫଟୋ ସେୟାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.