ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ ନାବରା ଗାଁରେ ଥିବା ନିତାଇ ଗୌର ମନ୍ଦିର ଓ ଜାମଶୁଳୀ ଗାଁର ଏକ ମଠରୁ ଲୁଟ୍ ହୋଇଛି ।

ବାଲେଶ୍ବର (କେନ୍ୟୁଜ୍‌): ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍ । ତାଲା ଭାଙ୍ଗି ଲୁଟିନେଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ ନାବରା ଗାଁରେ ଥିବା ନିତାଇ ଗୌର ମନ୍ଦିର ଓ ଜାମଶୁଳୀ ଗାଁର ଏକ ମଠରୁ ଲୁଟ୍ ହୋଇଛି ।

ସକାଳେ ମନ୍ଦିର ପୂଜକ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ଓ ସିଂଲା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସିଂଲା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.