Below header

ମାତୃତ୍ୱ ଯାତ୍ରାରେ ମା , ଡେଲିଭରୀର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ସହ ଡ୍ୟାନ୍ସ କରୁଥିବା ଏହି ମହିଳା ଜିତିନେଲେ ସମସ୍ତଙ୍କ ହୃଦୟ

ମା’ ହେବା ଏହି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ । ହେଲେ ପିଲାକୁ ଜନ୍ମଦେବା ସେତିକି ମୁସ୍କିଲ୍ । ଏକ ରିସର୍ଚ୍ଚ ମୂତାବକ, ଯେତେବେଳେ କୌଣସି ମହିଳା ପିଲା ଜନ୍ମକରେ ତେବେ ତାକୁ ୨୦୦ ହାଡ ଭାଙ୍ଗିବା ଭଳି କଷ୍ଟ ହୋଇଥାଏ । ଆପଣ ନିଜେ ଅନୁମାନ କରନ୍ତୁ ଆମେ ଗୋଟିଏ ହାଡ ଭାଙ୍ଗିବାର କଷ୍ଟ ସହିପାରୁନେ ତେବେ ୨୦୦ ହାଡ ଭାଙ୍ଗିଲେ କେତେ କଷ୍ଟ ହେଉଥିବ ।

ପ୍ରାୟ ମହିଳା ଥାନ୍ତି ଡେଲିଭରୀ ପୂର୍ବରୁ ଟିକେ ନର୍ଭସ୍ ହୋଇଯାଆନ୍ତି । କିନ୍ତୁ ଆମ ଆପଣଙ୍କୁ ଏମିତି ଏକ ଭଡିଓ ଦେଖାଇବୁ ଯେଉଁଥିରେ ଡେଲିଭରୀ କିଛି ସମୟ ପୁର୍ବରୁ ଜଣେ ମହିଳା ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । କଣ ଆଶ୍ଚର‌୍ୟ୍ୟ ହୋଇଗଲେ ନା । ଲୁଧିୟାନାର ସଙ୍ଗୀତା ନାମକ ଜଣେ ମହିଳା ନିଜ ଡାକ୍ତରଙ୍କ ସହ Girls like to swing ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ୍ ହେଉଛି ।

ଯଦିଓ ଭିଡିଓଟି ପୁରୁଣା କିନ୍ତୁ RPG Enterprises ର ଚେୟାରମ୍ୟାନ୍ ହର୍ଷ ଗୋୟଙ୍କା ନିଜ ଟୁଇଟର ପେଜରେ ସେୟାର୍ କରିବା ପରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓକୁ ଦେଖିଲେ ଜାଣିପାରିବେ ଗର୍ଭାବସ୍ଥାର ସେହି ଅସହନୀୟ କଷ୍ଟକୁ ହସିକରି କେମିତି ଦୂରକରାଯାଇପାରେ କେହି ଏହାକୁ ଲୁଧିୟାନାର ସଙ୍ଗୀତା ଶର୍ମାଙ୍କଠୁ ଶିଖିବା ଉଚିତ୍ । ଆପଣ ନିଜେ ଦେଖନ୍ତୁ ଏହି ଅବସ୍ଥାରେ ମଧ୍ୟ ଡ୍ୟାନ୍ସ କରି ବହୁତ୍ ଖୁସି ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.