ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ୧୦ ବର୍ଷରେ ଦେଶକୁ ୫ ନମ୍ବର କରିଛୁ
ଲୋକ ସଭା ପରେ ରାଜ୍ୟ ସଭାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି।

ନୂଆଦିଲ୍ଲୀ : ଲୋକ ସଭା ପରେ ରାଜ୍ୟ ସଭାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କେବେ ବି ନିଷ୍ପତ୍ତି ନେଇ ପାରିନଥିବା କଂଗ୍ରେସ ଆମ ନୀତି ଉପରେ କାହିଁକି ପ୍ରଶ୍ନ ଉଠାଉଛି ? ୧୦ ବର୍ଷରେ ଦେଶକୁ ଆମେ ୫ ନମ୍ବରକୁ ଆଣିଛୁ। ଅର୍ଥନୀତି ଉପରେ କଂଗ୍ରେସ ଆମକୁ ବକ୍ତୃତା ଶୁଣାଉଛି। କଂଗ୍ରେସ ଦେଶର ଅର୍ଥନୀତିକୁ ହତ୍ୟା କରିଛି। ସେହିପରି ନିଜ ଉଦ୍ଦେଶ୍ୟ ସାଧନ ପାଇଁ କଂଗ୍ରେସ ବିଛିନ୍ନତାବାଦ ଓ ଆତଙ୍କବାଦକୁ ଅନୁମତି ଦେଇଥିଲା ବୋଲି କହିଛନ୍ତି ମୋଦି। ଅନ୍ୟପଟେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୪୦ଟି ସିଟ୍ ପାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ କଂଗ୍ରେସ ୪୦ ସିଟ୍ ହାସଲ କରିବା ନେଇ ସଂଦେହ ରହିଛି। ମୋଦି କହିଛନ୍ତି କଂଗ୍ରେସ ଅତି କମରେ ୪୦ ସିଟ୍ ପାଉ, ଏଥିପାଇଁ ସେ ଭଗବାନଙ୍କୁ ପ୍ରର୍ଥନା କରୁଛନ୍ତି।