Below header

ଓଡ଼ିଶାରେ ବିଜେଡି-ବିଜେପିଙ୍କର ଚାଲିଛି ମିଳିତ ସରକାର : ରାହୁଲ ଗାନ୍ଧି

ଓଡ଼ିଶାରେ ଚାଲିଛି ମୋଦି-ନବୀନ ମିଳିତ ସରକାର । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଜନସଭାକୁ ସମ୍ୱୋଧନରେ ଏଭଳି ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ୱର : ଓଡ଼ିଶାରେ ଚାଲିଛି ମୋଦି-ନବୀନ ମିଳିତ ସରକାର। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଜନସଭାକୁ ସମ୍ୱୋଧନରେ ଏଭଳି ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଉରକେଲାରେ ରାହୁଲ କହିଛନ୍ତି, ଓଡ଼ିଶାରେ ବିଜେପି-ବିଜେଡି ପାର୍ଟନରସିପ୍ ଚାଲିଛି । ରାଜ୍ୟରେ କଂଗ୍ରେସ ହିଁ ବିରୋଧୀ ଦଳ। ସେହିପରି ବିଜେପିକୁ ସମାଲୋଚନା କରି ରାହୁଲ କହିଛନ୍ତି, ଦେଶରେ ବିଜେପି ଓ ଆରଏସଏସ ଘୃଣା ବଜାର ଖୋଲିଛନ୍ତି । ସେହି ଘୃଣା ବଜାରକୁ ବନ୍ଦ କରି ପ୍ରେମର ଦୋକାନ ଖୋଲିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ଆଜି ରାଉରକେଲା ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ସହ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧି । ଉଦିତନଗରରୁ ପାନପୋଷ ଛକ ଯାଏ ପଦଯାତ୍ରା କରିଥିଲେ । ଏଥିରେ ତାଙ୍କ ସହ ସାମିଲ ହୋଇଥିଲେ ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ । ଏହାପରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ । ଅପରାହ୍ଣରେ ପୁନର୍ବାର ଯାତ୍ରା ଆରମ୍ଭ ହେବ । କୁତ୍ରା, ବଡ଼ଗାଁରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ପରେ ସୁନ୍ଦରଗଡ ବସଷ୍ଟାଣ୍ଡରେ ସାଢ଼େ ୪ଟାରେ ପହଞ୍ଚିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ତାପରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ ରାହୁଲ ଗାନ୍ଧି । ଝାରସୁଗୁଡ଼ା ଆମଲିପଲୀ ଗ୍ରାଉଣ୍ଡରେ ରାତ୍ରି ରହଣି ରହିଛି । କାଲି ସକାଳେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡିଶା – ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏ ଚାଲିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହାପରେ ଛତିଶଗଡ଼ ଯିବେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାହୁଲଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ରାଜ୍ୟ କଂଗ୍ରେସ ନେତୃତ୍ବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.