ଚମତ୍କାର ! ନଦୀ ଗର୍ଭରୁ ମିଳିଲା ରାମଲାଲାଙ୍କ ଅବିକଳ ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ

କର୍ଣ୍ଣାଟକରେ ଏକ ନଦୀ ଗର୍ଭରୁ ମିଳିଛି ହଜାର ବର୍ଷର ପୁରୁଣା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି, ଯାହା ଅଯୋଧ୍ୟା ରାମଲାଲାଙ୍କ ଅବିକଳ ରହିଛି । ଏହି ନଦୀରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହିତ ଶିବଲିଙ୍ଗ ମଧ୍ୟ ମିଳିଛି । ଦୁଇଟି ଯାକ ୧୦୦୦ ବର୍ଷର ପୁରୁଣା ବୋଲି କୁହାଯାଉଛି ।

କର୍ଣ୍ଣାଟକରେ ଏକ ନଦୀ ଗର୍ଭରୁ ମିଳିଛି ହଜାର ବର୍ଷର ପୁରୁଣା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି, ଯାହା ଅଯୋଧ୍ୟା ରାମଲାଲାଙ୍କ ଅବିକଳ ରହିଛି । ଏହି ନଦୀରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହିତ ଶିବଲିଙ୍ଗ ମଧ୍ୟ ମିଳିଛି । ଦୁଇଟି ଯାକ ୧୦୦୦ ବର୍ଷର ପୁରୁଣା ବୋଲି କୁହାଯାଉଛି ।

ରାଜ୍ୟର ରାୟଚୁର ଜିଲ୍ଲାର ଏକ ଗାଁରେ କୃଷ୍ଣା ନଦୀରୁ ଏହି ପ୍ରାଚୀନ ମୂର୍ତ୍ତି ମିଳିଛି । ବିଷ୍ଣୁ ମୂର୍ତ୍ତିରେ ଭଗବାନଙ୍କ ୧୦ଟି ଅବତାରକୁ ଅତି ସୁନ୍ଦର ଭାବରେ ଖୋଦେଇ କରାଯାଇଛି । ମୂର୍ତ୍ତିରେ ଭଗବାନ ଦଣ୍ଡାୟମାନ ଅବସ୍ଥାରେ ଅଛନ୍ତି, ତାଙ୍କ ଚତୁଃପାର୍ଶ୍ୱରେ ଏକ ଆଭାମଣ୍ଡଳ ରହିଛି, ଯେଉଁଥିରେ ୧୦ଟି ଅବତାରକୁ ଦର୍ଶାଯାଇଛି ।

ରାୟଚୁର ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପକ ଡ. ପଦ୍ମଜା ଦେଶାଇ ବିଷ୍ଣୁଙ୍କ ମୂର୍ତ୍ତି ବିଷୟରେ ବିସ୍ତୃତ ଭାବରେ କହିଛନ୍ତି । ସେ କହିଛନ୍ତି ଯେ ଏହି ମୂର୍ତ୍ତିକୁ କୌଣସି ମନ୍ଦିରର ଗର୍ଭଗୃହରେ ସ୍ଥାପନା କରାଯାଇ ନ ଥିବ । ମନ୍ଦିର ଭଙ୍ଗାଯିବା ପରେ ଏହି ମୂର୍ତ୍ତି ଏବଂ ପ୍ରାଚୀନ ଶିବଲିଙ୍ଗକୁ ନଦୀରେ ଫିଙ୍ଗି ଦିଆଯାଇଥିବା ସେ ସମ୍ଭାବନା ପ୍ରକାଶ କରିଛନ୍ତି ।

ବିଶ୍ୱାସ କରାଯାଉଛି ଯେ ନଦୀରୁ ମିଳିଥିବା ଏହି ମୂର୍ତ୍ତି ଏବଂ ଶିବଲିଙ୍ଗ ଅତି କମରେ ୧୦୦୦ ବର୍ଷ ପୁରୁଣା ହୋଇପାରେ । ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ କହିବା ହେଲା, ଏହି ମୂର୍ତ୍ତି ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀର । ବର୍ତ୍ତମାନ ବିଷ୍ଣୁଙ୍କ ମୂର୍ତ୍ତି ଏବଂ ଶିବଲିଙ୍ଗ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ଅଧୀନରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.