ପାଚେରୀ ଉଠାଇବା ପାଇଁ ବୋରିଂ କାମକୁ ଗ୍ରାମବାସୀଙ୍କ ବିରୋଧ

ରାସ୍ତା କାମକୁ ବିରୋଧ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ସମାଧି ପୀଠ ନିକଟସ୍ଥ ମୁଖ୍ୟ ରାସ୍ତାରେ ପାଚେରୀ ଉଠାଇବା ପାଇଁ ବୋରିଂ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ।

ଭଦ୍ରକ : ରାସ୍ତା କାମକୁ ବିରୋଧ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ସମାଧି ପୀଠ ନିକଟସ୍ଥ ମୁଖ୍ୟ ରାସ୍ତାରେ ପାଚେରୀ ଉଠାଇବା ପାଇଁ ବୋରିଂ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ରାସ୍ତା ଉପରେ ଖିଲାର ସାହି,ରାଢି ସାହି,ମାଝୀ ସାହି,ସାହୁ ସାହି,ସେଠୀ ସାହି,ବଗୁଡାଇ ସାହି ଓ ବାରିକ ସାହିର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଏହି ରାସ୍ତା ଉପରେ ପାଚେରୀ ଉଠିଲେ ଗ୍ରାମବାସୀ ଦୀର୍ଘ ଦୁଇ କିଲୋମିଟର ବୁଲି ବୁଲି ଇରମ ବଜାରକୁ ଆସିବାକୁ ପଡିବ। ରାଜସ୍ବ ବିଭାଗର ପ୍ରସ୍ତାବ ମୁତାବକ ଆଉ ଏକ ରାସ୍ତା ନିର୍ମାଣ ପରେ ପାଚେରୀ ଉଠାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।