ଶୁଖିଲା ଫଳର ରାଜା ଅଖରୋଟ, ନିୟମିତ ଖାଇଲେ ଦୂର ହେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଅଖରୋଟକୁ ଶୁଖିଲା ଫଳର ରାଜା ମଧ୍ୟ କୁହାଯାଏ, ଯାହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ନିୟମିତ ଭାବେ ଅଖରୋଟ ଖାଇବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିପାରିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ଅଖରୋଟ ବା ଓ୍ଵାଲନଟର ନାଁ ଶୁଣିବା ମାତ୍ରେ ସ୍ମୃତି ଶକ୍ତି ବଢ଼ିବା କଥା ମନକୁ ଆସେ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ୱାଦିଷ୍ଟ ଶୁଖିଲା ଫଳ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ? ଅଖରୋଟରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ, ଯାହା ଆମ ଶରୀରକୁ ଅନେକ ଲାଭ ଦେଇଥାଏ ।

ଅଖରୋଟକୁ ଶୁଖିଲା ଫଳର ରାଜା ମଧ୍ୟ କୁହାଯାଏ, ଯାହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ନିୟମିତ ଭାବେ ଅଖରୋଟ ଖାଇବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିପାରିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ତେବେ ଆସନ୍ତୁ ଜାଣିବା ଅଖରୋଟରୁ କିପରି ଲାଭ ମିଳିଥାଏ ।

ଅଖରୋଟରେ ଥିବା ଓମେଗା- ୩ ଫ୍ୟାଟି ଏସିଡ୍, ପ୍ଲାଣ୍ଟ୍‌ ଷ୍ଟେରୋଲ୍ ଏବଂ ଏଲ୍-ଆର୍ଜିନିନ୍ ପରି ପୋଷକ ତତ୍ତ୍ୱ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । କୋଲେଷ୍ଟ୍ରଲ ଲେବଲକୁ କଣ୍ଟ୍ରୋଲ କରେ, ରକ୍ତଚାପ ହ୍ରାସ କରିବାରେ ଏବଂ ବ୍ଲଡ ଭେସେଲ୍ସକୁ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରିଥାଏ, ଯାହାଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ ।

ଅଖରୋଟରେ ଥିବା ଭିଟାମିନ୍ ଇ, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ବ୍ରେନ ସେଲ୍‌ କୁ ସୁରକ୍ଷା ଯୋଗାଇଥାଏ ଏବଂ ସ୍ମୃତି ଶକ୍ତିକୁ ମଜବୁତ କରିଥାଏ । ଏହା ବ୍ୟତୀତ ଅଖରୋଟରେ ମିଳୁଥିବା ଓମେଗା –୩ ଫ୍ୟାଟି ଏସିଡ୍ ମସ୍ତିଷ୍କର ବିକାଶ ଏବଂ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହାଦ୍ୱାରା ଶିଖିବାର କ୍ଷମତା ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ ।

ଅଖରୋଟରେ ଥିବା ଫାଇବର ଏବଂ ହେଲଦି ଫ୍ୟାଟ୍‌ ଶରୀରରେ ବ୍ଲଡ୍‌ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଅଖରୋଟରେ କ୍ୟାଲୋରୀ ଭରପୂର ମାତ୍ରାରେ ଥାଏ କିନ୍ତୁ ସେଥିରେ ଥିବା ଫାଇବର ଏବଂ ପ୍ରୋଟିନ୍ ଆପଣଙ୍କୁ ଶୀଘ୍ର ଭୋକ କରିବାକୁ ଦିଏ ନାହିଁ । ଯାହା ଦ୍ୱାରା ଆପଣ କମ୍ ଖାଇବେ ଏବଂ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ ।

ଅଖରୋଟରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ହାଡକୁ ମଜବୁତ କରିବାରେ ଏବଂ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।

ଅଖରୋଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା କ୍ୟାନ୍ସର ରୋଗର ଆଶଙ୍କାକୁ କମ୍‌ କରିଥାଏ । ଅଖରୋଟରେ ଥିବା ମ୍ୟାଗ୍ନେସିୟମ୍ ଚାପ ଏବଂ ଚିନ୍ତାକୁ କମ୍‌ କରିବାରେ ସାହାଯ୍ୟ କରେ । ଏହା ସହିତ ଏଥିରେ ଟ୍ରିପ୍ଟୋଫ୍ୟାନ ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ଶରୀରରେ ସେରୋଟୋନିନ୍ ଉତ୍ପାଦନକୁ ବଢ଼ାଇଥାଏ । ଏହା ମୁଡ୍‌ ଠିକ୍‌ କରିଥାଏ ଏବଂ ଚାପରୁ ମୁକ୍ତି ଦେଇଥାଏ । ଅଖରୋଟ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଆପଣ ଏହାକୁ ପ୍ରତ୍ୟେକ ଦିନ ଖାଇବେ ତେବେ ଆପଣଙ୍କର ଅନେକ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.