Below header

ଦୁନିଆର ସବୁଠାରୁ ଗଭୀରତମ ଗୁମ୍ଫା, ଭିତରକୁ ଗଲେ ଭୟ କରନ୍ତି ଲୋକେ

ଏବେ ଅନେକ ଦଶନ୍ଧି ପରେ ଅନେକ ସ୍ଥାନର ରହସ୍ୟ ବିଷୟରେ ଜାଣିବାକୁ ମିଳୁଛି । ଏପରି ଏକ ସ୍ଥାନ ହେଉଛି ଅବଖାଜିଆର ଗାଗ୍ରା ପର୍ବତର ଭେରୋଭକିନା ଗୁମ୍ଫା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୁମ୍ଫା ଏତେ ଗଭୀର ଯେ ଏହା ବୁର୍ଜ ଖଲିଫା ପରି ପ୍ରାୟ ୩ ଟି କୋଠାକୁ ସ୍ଥାନିତ କରିପାରିବ । କେବଳ ଏତିକି ନୁହେଁ ଏହା ଲଣ୍ଡନର ଶାର୍ଡ ପରି ୭ ଟି କୋଠାକୁ ଗିଳିପାରେ । ତେବେ ଏହାର ତଳ ଭାଗକୁ ଯିବାକୁ ୫୦ ବର୍ଷରୁ ଅଧିକ ସମୟ ଲାଗିଥିଲା ।

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏପରି ଅନେକ ସ୍ଥାନ ଅଛି ଯାହାର ରହସ୍ୟର ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାନ୍ତି । ତେବେ ଏବେ ଅନେକ ଦଶନ୍ଧି ପରେ ଅନେକ ସ୍ଥାନର ରହସ୍ୟ ବିଷୟରେ ଜାଣିବାକୁ ମିଳୁଛି । ଏପରି ଏକ ସ୍ଥାନ ହେଉଛି ଅବଖାଜିଆର ଗାଗ୍ରା ପର୍ବତର ଭେରୋଭକିନା ଗୁମ୍ଫା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୁମ୍ଫା ଏତେ ଗଭୀର ଯେ ଏହା ବୁର୍ଜ ଖଲିଫା ପରି ପ୍ରାୟ ୩ ଟି କୋଠାକୁ ସ୍ଥାନିତ କରିପାରିବ । କେବଳ ଏତିକି ନୁହେଁ ଏହା ଲଣ୍ଡନର ଶାର୍ଡ ପରି ୭ ଟି କୋଠାକୁ ଗିଳିପାରେ । ତେବେ ଏହାର ତଳ ଭାଗକୁ ଯିବାକୁ ୫୦ ବର୍ଷରୁ ଅଧିକ ସମୟ ଲାଗିଥିଲା ।

ଅବଖାଜିଆର ଗାଗ୍ରା ପାର୍ବତ୍ୟରୁ ମିଳିଥିବା ଭେରୋଭକିନା ଗୁମ୍ଫା ଏକ ରିସ୍କି ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ । ଏହା ଏକଦା ଜର୍ଜିଆ ଦ୍ୱାରା ଶାସିତ ହୋଇଥିଲା ଏବଂ ଭୂମିରେ ୭,୨୯୩ ଫୁଟ ବିସ୍ତାର କରିଥିଲା । ସମୁଦାୟ ୫୦ ବର୍ଷରୁ ଅଧିକ ସମୟ ନେଇଥିବା ଏହି ଭେରୋଭକିନା ଗୁମ୍ଫାର ତଳ ଭାଗକୁ ଯିବା ପାଇଁ ୩୦ରୁ ଅଧିକ ସମୟ ଲାଗିଥିଲା । ତଥାପି ଏହାର ପାଦଦେଶରେ ପହଞ୍ଚିବା ସତ୍ତ୍ୱେ ବିଷେଶଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହାକୁ ନେଇ ଆହୁରି ଅନେକ ଆବିଷ୍କାର ହେବା ବାକି ରହିଛି ।

ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଏହାର ପ୍ରବେଶ ଦ୍ୱାର ଦୁଇଟି ପର୍ବତ ମଧ୍ୟରେ ଅବସ୍ଥିତ, ଯାହା ଫ୍ରୋଟସ୍‌ ଏବଂ ଅମ୍ବରେଲା ଭାବରେ ଜଣାଶୁଣା । ଏହା ଭିତରକୁ ଯାଇ ଏହାର ରହସ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରିବା ବିପଦରେ ପରିପୂର୍ଣ୍ଣ ହୋଇଥାଏ । ୨୦୧୮ ରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ପାଦଦେଶରେ ଅବତରଣ କରିଥିବା ଏକ ଦଳ ହଠାତ୍ ବନ୍ୟାରେ ବୁଡ଼ି ଯାଇଥିଲେ । ଏହି ଭୟାନକ ଘଟଣାର ସାକ୍ଷୀ ଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ଗୁମ୍ଫା ଫଟୋଗ୍ରାଫର ରବି ଶୋନ୍ କହିଛନ୍ତି ଯେ ଗୁମ୍ଫା ଭିତରେ ଥିବା ଏକ ଗର୍ତ୍ତରୁ ପାଣି ଆସିବା ଆରମ୍ଭ କଲା ଏବଂ ଆମେ ବଡିବାକୁ ଲିଗିଥିଲୁ । ସେଠାରେ ନିର୍ମିତ ଆମ ଘର ଭିତରେ ସମ୍ପୂର୍ଣ୍ଣ ଜଳ ପ୍ରବେଶ କରିଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସେହି ସ୍ୱରକୁ କେବେବି ଭୁଲି ପାରିବି ନାହିଁ ।

ଗୁମ୍ଫାର ତଳଭାଗରେ ପହଞ୍ଚିବା ପାଇଁ ହଜାରେ ଫୁଟ ଦଉଡିରେ ଚଢିକି ଯିବାକୁ ପଡିଥିଲା । ଏହା ସହ ପାଣି ଏବଂ କାଦୁଅରେ ଭାରୀ ଲଗେଜ୍ ନେଇ ଯିବା ପାଇଁ ଚାରି ଦିନ ଲାଗିଗଲା ବୋଲି ରବି ଶୋନ୍ କହିଛନ୍ତି । ସେ କହିଛନ୍ତି ଯେ ଆମେରିକାର କେଣ୍ଟୁକିରେ ଥିବା ଗୁମ୍ଫାର ନେଟୱାର୍କଠାରୁ ଭେରୋଭକିନା ସମ୍ପୂର୍ଣ୍ଣ ଭିନ୍ନ । ଏହି ସ୍ଥାନ ଯୋଗୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା । ଯାହାଫଳରେ ଲୋକମାନେ ଏହାକୁ ନେଇ ବହୁତ ସତର୍କ ରହୁଛନ୍ତି ।

ତେବେ ସେହି ମୃତ ବ୍ୟକ୍ତିଙ୍କ ନାମ ୱିଲିୟମ୍ ଜେ କଫଲିନ୍ । କୁହାଯାଏ ଯେ ତାଙ୍କର ଉଚ୍ଚତା ୬ ଫୁଟ ଥିଲା । ଏପରି ପରିସ୍ଥିତିରେ ଗୁମ୍ଫାରେ ପ୍ରବେଶ କରିବା ବହୁତ ବଡ କଥା ଥିଲା । ତଥାପି ସେ ଗୁମ୍ଫାରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ମଧ୍ୟ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ସେ ଟନେଲରେ ଅଟକି ଯାଇଥିଲେ । ତାପରେ ସେ ଚଢୁଥିବା ସିଡ଼ିରୁ ଖସିପଡି ତଳେ ପଡ଼ିଯାଇ ପଥରରେ ଫସି ରହି ଗୁରୁତର ଆହତ ହୋଇଥିଲେ । ପରେ ୭ ଘଣ୍ଟା ସଂଘର୍ଷ ପରେ ତାଙ୍କୁ ବାହାରକୁ ନିଆଯାଇଥିଲା, କିନ୍ତୁ ଗୋଟିଏ ଦିନ ପରେ ସେ ଗୁରୁତର ଆହତ ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ଏହା ହେଉଛି ଏହି ଭୟଙ୍କର ଗୁମ୍ପାର ରହସ୍ୟମୟ କାହାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.