ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପ ଗସ୍ତ: ଦ୍ୱିପାକ୍ଷିକ ପ୍ରସଙ୍ଗ ବ୍ୟତିତ ୟୁକ୍ରେନ୍‌ ସଂକଟ ନେଇ ହେବ ଆଲୋଚନା

ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପ ଗସ୍ତ । ଗସ୍ତ ପୂର୍ବରୁ ସୂଚୀ ସଂପର୍କରେ ସୂଚନା ଦେଇଛନ୍ତି ମୋଦି । ଦ୍ୱିପାକ୍ଷିକ ପ୍ରସଙ୍ଗ ବ୍ୟତିୟ ୟୁକ୍ରେନ୍‌ ସଂକଟ ନେଇ ଆଲୋଚନା ହେବ । ଜର୍ମାନୀ, ଫ୍ରାନ୍‌ସ ଓ ଡେନ୍‌ମାର୍କ ଯିବେ ମୋଦି । ପ୍ରଥମେ ବର୍ଲିନ୍‌ରେ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ।

ଗତବର୍ଷ ଜି-୨୦ ଅବସରରେ ସ୍କୋଲଜଙ୍କୁ ଭେଟିଥିଲେ ମୋଦି । ସେତେବେଳେ ସେ ଜର୍ମାନୀର ଭାଇସ୍‌ ଚାନସେଲର ଥିଲେ । ପରେ ଡେନ୍‌ମାର୍କ ଯିବେ ପ୍ରଧାନମନ୍ତ୍ରୀ। ଜର୍ମାନୀ ଓ ଡେନମାର୍କରେ ବ୍ୟବସାୟୀ ପ୍ରତିନିଧିଙ୍କୁ ଭେଟିବେ । ପ୍ରବାସୀ ଭାରତୀଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।

ପରେ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିବେ ମୋଦି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ନବମ ସପ୍ତାହରେ ପହଞ୍ଚିଥିବା ବେଳେ ୟୁରୋପ ଗସ୍ତ କରୁଛନ୍ତି ମୋଦି। ମୋଦିଙ୍କ ୟୁରୋପ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଚଳିତବର୍ଷର ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.