ଡୁମଡୁମା ଘାଟରେ ପହଁଚିଲା ପ୍ରିୟଙ୍କା ଗାନ୍ଧୀଙ୍କ ଗଙ୍ଗା ଯାତ୍ରା

ପ୍ରିୟଙ୍କା ଗାନ୍ଧୀ ସୋମବାରରେ ପ୍ରୟାଗରାଜର ହନୁମାନ ମନ୍ଦିର ପହଁଚି ସାରିଲେଣି। ସେଠାରେ ସେ ହନୁମାନଙ୍କ ଦର୍ଶନ କଲେ ଏବଂ ଏହା ପରେ ସଙ୍ଗମ ତଟରେ ପୂଜା କଲେ। ଏବେ ମନୖୟା ଘାଟରୁ ତାଙ୍କର ଗଙ୍ଗା ଯାତ୍ରା ଆରମ୍ଭ ହୋଇସାରିଲାଣି ଏବଂ ଡୁମଡୁମା ପର୍ଯ୍ୟନ୍ତ ପହଁଚିଲାଣି। ଜଣାଇବାକୁ ଚାହିଁବୁ ଯେ ପ୍ରିୟଙ୍କା ପ୍ରୟାଗରାଜ ଜରିଆରେ ‘ଗଙ୍ଗା-ଜମୁନା ଯାତ୍ରା’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଯାତ୍ରାର ସମାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂସଦୀୟ କ୍ଷେତ୍ର ବାରଣାସୀରେ ହେବ।

priyanka୧୪୦ କିଲୋମିଟରର ଯାତ୍ରା

ତିନି ଦିନର ଯାତ୍ରାରେ ପ୍ରିୟଙ୍କା ପ୍ରାୟ ୧୪୦ କିମିର ଯାତ୍ରା କରିବେ। ସେହିଭଳି ଅଲଗା ଅଲଗା ସ୍ଥାନର କାର୍ଯ୍ୟକର୍ତ୍ତା ଏବଂ ଅଲଗା-ଅଲଗା ଲୋକଙ୍କ ସହିତ ସାକ୍ଷାତ ମଧ୍ୟ କରିବେ। ସୂଚନା ଅନୁଯାୟୀ ମାର୍ଚ୍ଚ ୧୯ରେ ପ୍ରସିଦ୍ଧ ଅସ୍ସି ଘାଟରେ ଏକ ସ୍ବାଗତ ସମାରୋହ ମଧ୍ୟ ରଖାଯିବ। ମାର୍ଚ୍ଚ ୨୦ରେ ଦିଲ୍ଲୀ ଯିବା ପୂର୍ବରୁ ପ୍ରିୟଙ୍କା କାଶୀ ବିଶ୍ବନାଥ ଦର୍ଶନ ମଧ୍ୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.