ରାଜ୍ୟସଭା ସଦସ୍ୟତା ଫେରିପାଇଲେ ରାଘବ ଚଢା, ସୁପ୍ରିମ କୋର୍ଟ ଏବଂ ଧନଖଡଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ
୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ।
ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି, “ ଏହି ୧୧୫ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି । ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି । ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଉଛି।”
#WATCH | AAP MP Raghav Chadha says “On 11th August, I was suspended from the Rajya Sabha. I went to the Supreme Court for the revocation of my suspension. Supreme Court took cognizance of this and now my suspension has been revoked after 115 days…I am happy that my suspension… https://t.co/y3Lx9d8tdH pic.twitter.com/QPMf8iKSyD
— ANI (@ANI) December 4, 2023
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା ।
ସୂଚନାଯୋଗ୍ୟ, ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା । କେନ୍ଦ୍ର ସରକାର ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩କୁ ଯାଞ୍ଚ କରିବା ପାଇଁ ଏକ ପ୍ରସ୍ତାବିତ ସିଲେକ୍ଟ କମିଟିର ସଦସ୍ୟ ଭାବେ ସେ ଯେଉଁ କେତେଜଣ ସାଂସଦଙ୍କ ନାମ ଦେଇଥିଲେ ସେମାନଙ୍କର ଅନୁମତି ପୂର୍ବରୁ ନେଇ ନଥିଲେ । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।