ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା ।

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା ସ୍ପୋର୍ଟସ ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ  କ୍ଲର୍କ ଭାବେ ଚାକିରୀ କରିଛନ୍ତି । ତେବେ ସେ କିଶୋରନଗର ବ୍ଲକରେ ଥିବା ବେଳେ  ତାଙ୍କର ବକେୟା ଦରମା କାମ କିଛି ବାକି ଥିଲା ।

ଯେଉଁଥିପାଇଁ ସେ ସେଠାରେ ଥିବା ସିନିୟର ଆସିଷ୍ଟାଣ୍ଟ  କ୍ଲର୍କ ନିତ୍ୟାନନ୍ଦ ଗାଈଗରିଆଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ । ତେବେ ନିତ୍ୟାନନ୍ଦ ଟଙ୍କା ମାଗିବା ସହ ତାଙ୍କୁ ବାରମ୍ବାର ଦୌଡାଉଥିଲେ । ବାଧ୍ୟ ହୋଇ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ନିତ୍ୟାନନ୍ଦଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିବା ସହ  ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.