ଜଳଖିଆ ହୋଇନଥିବାରୁ ଖାଇବାକୁ ଦେଲାନି ମା’, ଘରୁ ରାଗିଯାଇ ସୁଇସାଇଡ କଲା ନାବାଳକ ପୁଅ

ମହାରାଷ୍ଟ୍ର ନାଗପୁରରେ ଘଟିଛି ଏଭଳି ଘଟଣା । ଘରେ ଜଳଖିଆ ଖାଇବାକୁ ଦେଲେନି ବୋଲି ଘରୁ ରାଗିକି ପଳାଇଲା ପୁଅ । ଆଉ ନିକଟସ୍ଥ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲିପଡିଛି ନାବାଳକ ପୁଅ ।

ଘରେ ଜଳଖିଆ ଖାଇବାକୁ ଦେଲେନି ବୋଲି ଘରୁ ରାଗିକି ପଳାଇଲା ପୁଅ । ଆଉ ନିକଟସ୍ଥ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲିପଡିଛନ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏଭଳି ଘଟଣା ।

ଖବର ମୁତାବକ, ମହାରାଷ୍ଟ୍ର ନାଗପୁରର କହ୍ନାନ ପିପରୀରେ ରହୁଥିବା ଜଣେ ୧୭ ବର୍ଷୀୟ ନାବାଳକ ମା’କୁ ଖାଇବା ପାଇଁ ଜଳଖିଆ ମାଗିଥିଲା । ଖାଇବା ତିଆରି ହୋଇନଥିବାରୁ ମା’ ଖାଇବାକୁ ଦେଇନଥିଲା । ଫଳରେ ମା’ ନାବାଳକ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ପୁଅ ଘରୁ ବାହାରି ଯାଇଥିଲା ।

କିଛି ସମୟ ପରେ ପୁଅ ଘରକୁ ନ ଫେରିବାରୁ ମା’ ପୁଅ କେଉଁଆଡେ ଗଲା ବୋଲି ଖୋଜିଥିଲା । କିନ୍ତୁ ପୁଅ ଫୋନ ଉଠାଇନଥିଲା । ଏହାପରେ ବାପା ମା ପୁଅକୁ ଅନେକ ଖୋଜାଖୋଜି କରିବା ପରେ ପୋଲିସରେ ମାମଲା ଦାଏର କରିଥିଲେ । ଆଉ ପୋଲିସ ଏହାର ତଦନ୍ତ ଆରମ୍ଭ କରି ପୁଅକୁ ଖୋଜିବା ପରେ ପୁଅର ମୃତଦେହ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଇଥିଲା ।

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଉ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.