Below header

ରାଜସ୍ଥାନ: ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ, ୨୫ ଆହତ

ନୂଆଦିଲ୍ଲୀ : ରାଜସ୍ଥାନର ପାଲୀ ଜିଲ୍ଲାରେ ଶୁକ୍ରବାର ଏକ ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାଜସ୍ଥାନର ଏକ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଗୁଜରାଟର ଶ୍ରଦ୍ଧାଳୁମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣା ପାଲୀ ଜିଲ୍ଲା ସୁମେରପୁର ଥାନା ଅଞ୍ଚଳରେ ଶୁକ୍ରବାର ରାତି ପାଖାପାଖି ୯ଟାରେ ଘଟିଛି । ଅଧିକାରୀଙ୍କ କହିବା ଅନୁସାରେ ତୀର୍ଥଯାତ୍ରୀ ଟ୍ରାକ୍ଟର ଟ୍ରଲିରେ ଯାତ୍ରୀ ହୋଇ ଜୈସଲମେର ଜିଲ୍ଲାର ରାମଦେଓରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରୋଲେଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ଆହତମାନଙ୍କୁ ଶିବପୁର ଓ ସୁମେରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଶ୍ରଦ୍ଧାଳୁମାନେ ଗୁଜରାଟର ବନାସକାଣ୍ଠା ଜିଲ୍ଲା ନିବାସୀ ଥିଲେ ।

ଅଧିକାରୀଙ୍କ କହିବା ଅନୁସାରେ ତୀର୍ଥଯାତ୍ରୀ ଟ୍ରାକ୍ଟର ଟ୍ରଲିରେ ଯାତ୍ରୀ ହୋଇ ଜୈସଲମେର ଜିଲ୍ଲାର ରାମଦେଓରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରୋଲେଟି ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର ସୂଚନା ପାଇବା ପରେ ସିରୋହି କଲେକ୍ଟର ଡକ୍ଟର ଭାନୱର ଲାଲ ଏବଂ ଏସପି ମମତା ଗୁପ୍ତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଲି କଲେକ୍ଟର ନାମିତ ମେହେଟ୍ଟା ଏବଂ ଏସପି ଡକ୍ଟର ଗଗନଦୀପ ସିଂହଲା ମଧ୍ୟ ସୁମରପୁରରେ ପହଞ୍ଚିଥିଲେ । ଆହତମାନଙ୍କୁ ଶିବପୁର ଓ ସୁମେରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଶ୍ରଦ୍ଧାଳୁମାନେ ଗୁଜରାଟର ବନାସକାଣ୍ଠା ଜିଲ୍ଲା ନିବାସୀ ଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛି । ପିଏମଓଙ୍କ ତରଫରୁ ଟୁଇଟ କରି କୁହାଯାଇଛି ଯେ, ରାଜସ୍ଥାନର ପାଲିରେ ହୋଇଥିବା ଦୁର୍ଘଟଣା ହୃଦୟ ବିଦାରକ । ଏହି ଭଳି ଦୁଃଖଦ ସମୟରେ ଆମେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହତଙ୍କ ପାଇଁ ଶୀଘ୍ର ସୁସ୍ଥ ହୋଇଯିବା ନେଇ ପ୍ରର୍ଥନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.