Below header

ଲଗାଣ ବର୍ଷା ଏବଂ ପବନରେ ଘର ଉପରେ ଭୁଶୁଡି ପଡିଲା ଗଛ: ଜଣେ ନାବାଳିକା ମୃତ, ଅନ୍ଯ ୨ ନାବାଳକ ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ଲଗାଣ ବର୍ଷା ଏବଂ ପବନରେ ଘର ଉପରେ ଭୁଶୁଡି ପଡିଲା ଗଛ। ଜଣେ ନାବାଳିକା ମୃତ , ଅନ୍ଯ ୨ ଜଣ ନାବାଳକ ଗୁରୁତର। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡାପାଳ ଗ୍ରାମର ସେଖ୍ ଅନସୁର ଅଲ୍ଲିଙ୍କ ପରିବାର ଲୋକେ ଗତକାଲି ରାତିରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଏବଂ ପବନ ହେବା ଯୋଗୁ ଘର ନିକଟରେ ଥିବା ଶାଗୁଆନ ଗଛଟି ଭୁଶୁଡି ପଡି ଘର ଉପରେ ପଡିଯାଇଥିଲା ।

ଯାହା ଫଳରେ ଅନସୁରଙ୍କ ତିନି ଜଣ ପିଲା ଗଛ ତଳେ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥି ମଧ୍ଯରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ଯରେ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ହସ୍ପିଟାଲ ନେବା ବାଟରେ ନାବାଳିକାର ମୃତ୍ଯୁ ହୋଇଯାଇଥିଲା। ମୃତ ନାବାଳିକା ଜଣକ ହେଲେ ସାମିନା ଖାତୁନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.