ସହ୍ୟ ହେଉନି ଏଭଳି ଦୁଃଖ: କାନ୍ଥ ପଡିଯିବାରୁ ଆଖିବୁଜିଲେ ୨ ନାବାଳିକା ଭଉଣୀ

ରାଇରଙ୍ଗପୁର(କେନ୍ୟୁଜ୍):  ଆଜବେଷ୍ଟସ ଘର କାନ୍ଥ ପଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଭୋଳବେଡା ଗ୍ରାମରେ। ଗତ ରାତିରେ ଖାଇ ସାରି ବାପା ମାଙ୍କ ସହ ଦୁଇ ନାବାଳିକ ଝିଅ ( ଜଣେ ୧୧ ବର୍ଷର ଓ ଜଣେ ୩ ବର୍ଷର ) ଶୋଇଥିବା ବେଳେ ହଠାତ୍ କାନ୍ଥ ପଡିଯିବାରୁ ଉଭୟ ଚାପି ହୋଇଯାଇଥିଲେ।

ବାପା ଅନିଲ ଗିରି ୨ ଝିଅଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନିଲ ଗିରିଙ୍କ କେବଳ ଏହି ଦୁଇ ଝିଅ ଥିବାବେଳେ, ଉଭୟଙ୍କ ଏକା ସହ ମୃତ୍ୟୁ ଖବରକୁ ସହ୍ୟ କରି ପାରୁନାହାନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.