ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ଘରର କାନ୍ଥ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ଗାଁରେ ଅଘଟଣ। ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ଘରର କାନ୍ଥ। ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର।

ଗୁରୁତର ସ୍ବାମୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ଏହି ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ୍  ପହଁଚି ତଦନ୍ତ ଆରମ୍ଭ କରିଛି। ଲଗାଣ ବର୍ଷା ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.