Below header

ଭଲ ଲାଗିଲାନି ଲକ୍ଷାଧିକ ଟଙ୍କାର ଚାକିରି , ଦେଶ ସେବା ପାଇଁ ସେନାରେ ଯୋଗ ଦେଲେ ଏହି ବିଜେପି ନେତାଙ୍କ ଝିଅ

ଅନେକ ସମୟରେ ଦେଖାଯାଇଛି ରାଜନେତାଙ୍କ ପୁଅ ହୁଅନ୍ତୁ ବା ଝିଅ ସାଧରଣତଃ ରାଜନୀତିରେ ହିଁ ନିଜ ଭବିଷ୍ୟତ ଗଢିଥାନ୍ତି । ବଂଶାନୁଗତ ପରମ୍ପରାରୁ ବାହାରି ଅନ୍ୟ କୌଣସି କ୍ଷେତ୍ରରେ ନିଜ କ୍ୟାରିୟର୍ କରୁଥିବା ଖୁବ୍ କମ୍ ରାଜନୈତିକ ପରିବାର ଅଛନ୍ତି । ସେହିପରି ଜଣେ ରାଜନେତାଙ୍କ ଝିଅ ହେଉଛନ୍ତି ଶ୍ରେୟାସୀ । ଲକ୍ଷାଧିକ ଟଙ୍କାର ଚାକିରି ଛାଡି ସେନାରେ ଯୋଗ ଦେଇଛନ୍ତି ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଙ୍କର ଝିଅ । ଆର୍ମିର ଟ୍ରେନିଙ୍ଗ ପୁରା କରି କ୍ୟାପଟେନ୍ ହୋଇଛନ୍ତି ପୋଖରିୟାଲଙ୍କ ଝିଅ ଶ୍ରେୟସୀ ।

ଏନେଇ ଟୁଇଟ୍ କରି ନିଜେ କହିଛନ୍ତି ପୋଖରିୟାଲ୍ । ଲେଖିଛନ୍ତି, ଆଜି ମୋ ପାଇଁ ଅତ୍ୟନ୍ତ ଗୌରବର ଦିନ । କାରଣ ଆଜି ମୋର ଝିଅ ଶ୍ରେୟସୀ ନିଶଙ୍କ ବିଧିବଦ୍ଧ ଭାବରେ ଆର୍ମି ମେଡିକାଲ୍ ସର୍ଭିସେସର MOBC 224 କୋର୍ସକୁ ସଫଳତା ପୂର୍ବକ ପୁରା କରିଛି । ବୀରଭୂମି ଉତ୍ତରଖଣ୍ଡ, ଯେଉଁଠି ପ୍ରତି ପରିବାରରୁ ଜଣେ ସଦସ୍ୟ ସେନାରେ ଭର୍ତ୍ତି ହୋଇ ଦେଶର ରକ୍ଷା କରିଥାଏ । ମୁଁ ଖୁସି ଯେ ମୋ ଝିଅ ଉତ୍ତରାଖଣ୍ଡର ଏହି ଉଚ୍ଚ ପରମ୍ପରାକୁ ଜୀବିତ ରଖିବାରେ ଯୋଗଦାନ କରିଛି ।

Pokhriyal’s-daughter-joins-Armyଦୁନର ସ୍କଲାର୍ସ ହୋମ ସିନିୟର ସେକେଣ୍ଡାରୀ ସ୍କୁଲରୁ ଦ୍ୱାଦଶ ପାସ କରିବା ପରେ ଶ୍ରେୟସୀ ନିଶଙ୍କ ହିମାଳୟନ ମେଡିକାଲ କଲେଜ ଜୋଲିଗ୍ରାଂଟରୁ ଏମବିବିଏସର ପାଠପଢା ଶେଷ କରିଥିଲେ। ଏହାପରେ ତାଙ୍କୁ ବିଦେଶରେ ଏକ ନାମୀ କମ୍ପାନିରେ ଲକ୍ଷାଧିକ ଟଙ୍କାର ଦରମା ଥିବା ଚାକିରି ମିଳିଥିଲା । ହେଲେ ସେନାରେ ରହି ଦେଶସେବା କରିବା ଶ୍ରେୟସୀଙ୍କ ପିଲା ବେଳୁ ଇଚ୍ଛା ଥିଲା। ଆଉ ପିଲା ଦିନର ଏହି ସ୍ୱପ୍ନକୁ ପୁରା କରି ଭାରତୀୟ ସେନାର ମେଡିକାଲ କୋରରେ ଜଏନ କରିଛନ୍ତି ଶ୍ରେୟସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.