ଅସତ୍ୟ ଉପରେ ସତ୍ୟର ବିଜୟ , ଅଗ୍ନି ସଂଯୋଗ କରି ରାବଣ ବଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାମଲିଳା ମୈଦାନରେ ଅନୁଷ୍ଠିତ ହୋଇଛି ରାବଣ ପୋଡି ଉତ୍ସବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ବରିଷ୍ଠ ମନ୍ତ୍ରୀ ଓ ରାଜନେତା ଯୋଗ ଦେଇଥିଲେ । ଏହି ଅବସରରେ ରାମାୟଣ ପରିବେଷଣ ହୋଇଥିଲା । ଶେଷରେ ଅଗ୍ନି ସଂଯୋଗ କରି ରାବଣ ବଧ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଅନ୍ୟକୁ ଅସୁବିଧାରେ ପକାଇ ଉତ୍ସବ ପାଳନ୍ତୁ ନାହିଁ ।

ସେପଟେ ଶ୍ରୀ ନବ ଧାର୍ମିକଲୀଳା କମିଟି ପକ୍ଷରୁ ଆୟୋଜିତ ହୋଇଛି ରାବଣ ପୋଡି ଉତ୍ସବ । କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରମୁଖ ରାବଣଙ୍କ ପ୍ରତିମାରେ ଅଗ୍ନି ସଂଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.