ବାସ୍ତୁଶାସ୍ତ୍ର ଏକ ବିଜ୍ଞାନ ଅଟେ ଯାହା ଦିଗ ଏବଂ ଆପଣଙ୍କ ଆଖ ପାଖରେ ମହଜୁଦ ଥିବା ଜିନିଷରେ ଉତ୍ପନ ଉର୍ଜ୍ଜାର ପ୍ରଭାବକୁ ଜଣାଇଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଉର୍ଜ୍ଜା ଯଦି ଅନୁକୂଳ ରହେ ତେବେ ଆପଣଙ୍କ ପ୍ରଗତି ହେବ ଏବଂ ଏହି ଉର୍ଜ୍ଜା ଯଦି ପ୍ରତିକୂଳ ହେବ ତେବେ ସମସ୍ୟା ଆସିଥାଏ। ଏହା ଜୀବନରେ ସବୁ କ୍ଷେତ୍ରରେ ଲାଗୁ ହୋଇଥାଏ।
ମହାଭାରତର ଅନୁଶାସନ ପର୍ବ ଅନୁସାରେ ମୃତ୍ୟୁଭୋଜନ ଖାଉଥିବା ଲୋକଙ୍କ ଉର୍ଜ୍ଜା ନଷ୍ଟ ହୋଇଥାଏ। ଯେତେବେଳେ ଭୋଜନ ଦାନ କରୁଥିବା ବ୍ୟକ୍ତିଙ୍କ ମନ ପ୍ରସନ୍ନ ଥିବ ଏବଂ ଖାଉଥିବା ବ୍ୟକ୍ତିଙ୍କର ମନ ମଧ୍ୟ ପ୍ରସନ୍ନ ଥିବ ସେତେବେଳେ ଭୋଜନ କରିବା ଉଚିତ୍। କିନ୍ତୁ ଯେତେବେଳେ ଦେବା ଲୋକଙ୍କ ମନରେ ବେଦନା, ଦୁଃଖ, ଯନ୍ତ୍ରଣା ଏବଂ ଅବସାଦ ଥାଏ ତେବେ ଏହିଭଳି ସ୍ଥିତିରେ କେବେବି ଭୋଜନ କରିବା ଉଚିତ ନୁହେଁ।
ହିନ୍ଦୁ ଧର୍ମରେ ମୁଖ୍ୟ ୧୬ ସଂସ୍କାର ରହିଛି। ଯେଉଁଥିରେ ଅନ୍ତିମ କିମ୍ବା ୧୬ ତମ ସଂସ୍କାର ଅନ୍ତ୍ୟେଷ୍ଟି ହୋଇଥାଏ। ଏହି ପ୍ରକାର ଯନ୍ତ୍ରଣା ଦାୟକ ସଂସ୍କାରରେ ମୁତ୍ୟୁଭୋଜନ କେମିତି କରାଯାଏ। ଏଥିପାଇଁ ମହର୍ଷି ଦୟାନନ୍ଦ ସରସ୍ବତି, ସ୍ବାମୀ ବିବେକାନନ୍ଦଙ୍କ ଭଳି ମହାନ ମନୀଷି ମାନେ ଏହି ମୃତ୍ୟୁଭୋଜନ ଉପରେ ଜୋରଦାର ବିରୋଧ କରିଛନ୍ତି।
ଏହା ସହ ପଢ଼ନ୍ତୁ : ସାଧାରଣ ମଣିଷ କେମିତି ହୋଇଥାଏ ସାଧୁ : ଜାଣନ୍ତୁ ସେହି ଖାସ୍ ବିଧି ଯାହା ରଖାଯାଇଥାଏ ଗୁପ୍ତ
ପଶୁ ମାନଙ୍କ ଠାରୁ ଶିକ୍ଷା କରନ୍ତୁ ଏମାନଙ୍କର ସାଥିର ବିୟୋଗରେ ଏମାନେ ସେହିଦନି କିଛି ବି ଖାଆନ୍ତି ନାହିଁ। କିନ୍ତୁ ମନୁଷ୍ୟ ମାନେ ବିୟୋଗରେ ଶୋକ ମନାଇ ମୃତ୍ୟୁଭୋଜନ କରିଥାନ୍ତି। ମୃତ୍ୟୁଭୋଜନ ସମାଜରେ ବିସ୍ତାରିତ ହୋଇଥିବା କୁରୀତି ଅଟେ ଏବଂ ସମାଜ ପାଇଁ ଏହା ଅଭିଷାପ ଅଟେ।