Below header

ଆସନ୍ତା ୭ ତାରିଖ ଯାଏ ବୃଦ୍ଧି ହେଲା ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଡେଡଲାଇନ୍

ଫେରିଲାନି ୧୪ ଲକ୍ଷର ଦୁଇ ହଜାର ଟଙ୍କିଆ ନୋଟ୍ । ଏଯାଏ ୯୬ପ୍ରତିଶତ ନୋଟ୍ ଫେରିଛି । ବାକି ନୋଟ୍ ଫେରି ନଥିବାରୁ ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଡେଡଲାଇନ୍ । ଆସନ୍ତା ୭ ତାରିଖ ଯାଏ ବୃଦ୍ଧି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଫେରିଲାନି ୧୪ ଲକ୍ଷର ଦୁଇ ହଜାର ଟଙ୍କିଆ ନୋଟ୍ । ଏଯାଏ ୯୬ପ୍ରତିଶତ ନୋଟ୍ ଫେରିଛି । ବାକି ନୋଟ୍ ଫେରି ନଥିବାରୁ ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଡେଡଲାଇନ୍ । ଆସନ୍ତା ୭ ତାରିଖ ଯାଏ ବୃଦ୍ଧି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ସରୁଥିଲା ୨ହଜାର ଟଙ୍କିଆ ନୋଟର ବଦଳି ଅବଧି ।

ଆରବିଆଇ ତଥ୍ୟ ଅନୁସାରେ, ଚଳିତବର୍ଷ ମେ ୧୯ ତାରିଖ ଭିତରେ ଦେଶରେ ମୋଟ୍ ୩କୋଟି ୫୬ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା । ସେଥରୁ ୨୯ ତାରିଖ ସୁଦ୍ଧା ଫେରିଛି ୩କୋଟି ୪୨ ଲକ୍ଷ ଟଙ୍କା ।

ଅର୍ଥାତ୍ ୯୬ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଛି । ବାକି ୧୪ ଲକ୍ଷ ଟଙ୍କା ଏଯାଏ ଫେରିନି । ଏହାକୁ ଦୃଷ୍ଟିରେ ରଖି ଦୁଇ ହଜାର ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.