Below header

ଶିମିଳିପାଳରୁ ଜବତ ହେଲା ବାଘଛାଲ, ଶିକାରୀ ଗିରଫ

ଦେଶରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ଥରେ ଶିମିଳିପାଳରୁ ଜବତ ହୋଇଛି ବାଘଛାଲ । ଗତକାଲି ଶିମିଳିପାଳ ଅଭୟାରଣ୍ୟ ଚନ୍ଦନଚତୁରୀ ବିଟ୍ ନିକଟରୁ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି ।

ଦେଶରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ଥରେ ଶିମିଳିପାଳରୁ ଜବତ ହୋଇଛି ବାଘଛାଲ । ଗତକାଲି ଶିମିଳିପାଳ ଅଭୟାରଣ୍ୟ ଚନ୍ଦନଚତୁରୀ ବିଟ୍ ନିକଟରୁ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ଶିକାରୀକୁ ମଧ୍ୟ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ବଡସାହି ଥାନା ଯଦୁନାଥପୁର ଅଞ୍ଚଳର ଭୁବନ ସିଂ । ବନ ବିଭାଗ ଓ ପୋଲିସ ମିଳିତ ଭାବେ ଗଠନ କରାଯାଇଥିବା ଗୁଇନ୍ଦା ବିଭାଗ ଦୀର୍ଘ ଏକ ମାସ ଧରି ଅଭିଯୁକ୍ତ ଭୁବନ ଉପରେ ନଜର ରଖିଥିଲା । ଗତକାଲି ବାଘ ଛାଲକୁ ବିକ୍ରି କରିବାକୁ ନେବା ବେଳେ ମାଡିବସିଥିଲା ସ୍ଵତନ୍ତ୍ର ଗୁଇନ୍ଦା ଟିମ । ଅଭିଯୁକ୍ତ ନିକଟରୁ ଏ ପର୍ଯ୍ୟନ୍ତ ବନ୍ଧୁକ ମିଳି ନଥିବା ବେଳେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଦକ୍ଷିଣ ଉପ ନିର୍ଦ୍ଦେଶକ ଡ଼ ସମ୍ରାଟ ଗୌଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.