ଉତ୍ତରପ୍ରଦେଶର ବାଗପତ୍‌ରେ ୩୦ ଟଙ୍କା ପାଇଁ ସାଙ୍ଗ କଲା ସାଙ୍ଗର ହତ୍ୟା

ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ସାଙ୍ଗମାନଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ । ବିବାଦ ଯୋଗୁ ଯୁକ୍ତ ଦୁଇରେ ପଢୁଥିବା ୧୭ ବର୍ଷିୟ ଛାତ୍ର ରିତିକଙ୍କ ହତ୍ୟା ।

ଉତ୍ତରପ୍ରଦେଶର ବାଗପତ୍‌ ଜିଲ୍ଲାରେ ସାଙ୍ଗମାନଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ । ବିବାଦ ଯୋଗୁ ଯୁକ୍ତ ଦୁଇରେ ପଢୁଥିବା ୧୭ ବର୍ଷିୟ ଛାତ୍ର ରିତିକଙ୍କ ହତ୍ୟା । ଶୁକ୍ରବାର ପ୍ରାୟ ରାତି ୯ଟାରେ ସାଙ୍ଗମାନେ ତଣ୍ଟି ଚିପି ମାରିବାର ଘଟଣା ସାମ୍ନାକୁ ଆସିଥିଲା । ଘଟଣାଟି ବଡ଼ୌତ ଥାନା ଅଞ୍ଚଳର । ମାମଲାଟି ଲୋକଙ୍କ ନଜରକୁ ଆସିବା ପରେ ସେହି ଅଞ୍ଚଳରେ ହାହାକାର ସୃଷ୍ଟି ହୋଇଥିଲା । ରିତିକଙ୍କ ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

ପୋଲିସ ସୂଚନା ମୁତାବକ, ୩୦ ଟଙ୍କା ଯୋଗୁ ବିବାଦ ଆରମ୍ଭ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ, ଶୁକ୍ରବାର ରାତି ୯ଟାରେ ରିତିକ୍‌ଙ୍କ ଗାଁ ର କିଛି ଯୁବକଙ୍କ ସହ ୩୦ ଟଙ୍କାକୁ ନେଇ ଝଗଡା ହୋଇଥିଲା । ତେବେ ଝଗଡା ଏତେ ବଢିଗଲା ଯେ ରିତିକର ସାଙ୍ଗମାନେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ରିତିକଙ୍କ ପରିବାର ଲୋକ ତାଙ୍କ ୩ ଜଣ ସାଙ୍ଗଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ଏହାର ତଦନ୍ତ କରିବା ପରେ ପୋଲିସ କହିଛି ଯେ, ପୋଷ୍ଟମର୍ଟମ ରିର୍ପୋଟ ଆସିଲା ପରେ ହିଁ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.