ମଶା ଧୂପ ଷ୍ଟାଣ୍ଡରେ ନିଜ ଗୁପ୍ତାଙ୍ଗ କାଟି ଗୁରୁତର ହେଲେ ବନ୍ଦୀ

ନିଜ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି ମଶା ଧୂପ ଷ୍ଟାଣ୍ଡରେ । ଯାହାପରେ ଗୁରୁତର ହୋଇପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ ।

ଭଦ୍ରକ (କେନ୍ୟୁଜ) : ମଶା ଧୂପ ଷ୍ଟାଣ୍ଡରେ ନିଜ ଗୁପ୍ତାଙ୍ଗ କାଟି ଗୁରୁତର ହେଲେ ବନ୍ଦୀ । ହଁ ଆଜ୍ଞା ଏପରି କରିଛନ୍ତି ଜଣେ ବିଚାରଧୀନ ବନ୍ଦୀ । ନିଜ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି ମଶା ଧୂପ ଷ୍ଟାଣ୍ଡରେ । ଯାହାପରେ ଗୁରୁତର ହୋଇପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ ।

ଭଦ୍ରକ ଜିଲ୍ଲା ଜେଲ ଭିତରେ ବିଚାର ଧୀନ ବନ୍ଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୁହାଯାଉଛି ଯେ ମାନସିକ ଭାରସାମ୍ୟ ହରାଇ ନିଜ ହାତ ଓ ଗୁପ୍ତାଙ୍ଗକୁ କାଟିଦେଇଛନ୍ତି ସେ । ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଭଦ୍ରକ ଜେଲରେ ଥିଲେ ତିହିଡି ଥାନା କୋହ୍ଲ ଗାଁର ସୁଶାନ୍ତ ମାଝୀ । ସେ ଗତ ଏକ ସପ୍ତାହ ପୂର୍ବରୁ ନିଜର ନବ ବିବାହିତା ସ୍ତ୍ରୀ ମନ୍ଦାକିନି ମାଝୀକୁ ମରଣାନ୍ତକ ଆକ୍ରମଣ କରି ଜେଲରେ ଥିଲେ ।

ତେବେ ସୂଚନା ମୁତାବକ ଆଜି ପାଇଖାନାକୁ ଯାଇ ମଶା ଧୂପ ଷ୍ଟାଣ୍ଡ ନେଇ ସେଥିରେ ନିଜ ହାତ ଓ ଯୌନାଙ୍ଗକୁ କାଟୁଥିଲେ ବନ୍ଦୀ ସୁଶାନ୍ତ । କିନ୍ତୁ ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ସେ ଚିତ୍କାର କରିଥିଲେ । ତେଣୁ ଜେଲରେ ଥିବା ଅନ୍ୟ ବିଚାରଧୀନ ବନ୍ଦୀ ମାନେ ଏ ସମ୍ପର୍କରେ ଜେଲ ଅଧିକ୍ଷକଙ୍କୁ ଜଣା ଥିଲେ । ଏହାପରେ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । କିନ୍ତୁ ପରେ ତାଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନ ଥିଲେ ବି ସେ ଜେଲରେ ମାନସିକ ଅବସାଦ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.