Below header

ଆର୍‌ବିଆଇର ଯୋଜନା: ଅପ୍ରେଲ ମାସ ସୁଦ୍ଧା ବନ୍ଦ କରିପାରେ ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍‌ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଉଥିବା ଜଣାଯାଇଛି । ଆଗାମୀ ମାର୍ଚ୍ଚ- ଏପ୍ରିଲ୍‌ ସୁଦ୍ଧା ବଜାରରୁ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି । ତବେ ଏହି ନୋଟ୍‌ ସବୁ ପୁରାପୁରି ଅଚଳ କରିଦେବାକୁ ଆରବିଆଇ ପ୍ରସ୍ତାବ ରଖିଛି । ଏପରି କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର ବି ମହେଶ ।

ଉଲ୍ଲେଖଯୋଗ୍ୟ, ବିମୁଦ୍ରାକରଣ ସମୟରେ ଟଙ୍କାର ଅଭାବକୁ ଲକ୍ଷ୍ୟ କରି ଆର୍‌ବିଆଇ ୨୦୧୯ ମସିହାରେ ନୂଆ ୫,୧୦ ଓ ୧୦୦ ଟଙ୍କା ପ୍ରଚଳନ ଆରମ୍ଭ କରିଥିଲା । ଜନସାଧାରଣଙ୍କ ଅସୁବିଧା ନହେବା ଲାଗି ପୁରୁଣା ନୋଟ୍‌ ପ୍ରତ୍ୟାହା ପୂର୍ବରୁ ନୂଆ ନୋଟ୍‌ ପ୍ରଚଳନ କରିଥିଲା । ତେଣୁ ଏବେ ଏହି ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ଆରବିଆଇ ପ୍ରତ୍ୟାହାର କରିନେବାକୁ ଚିନ୍ତା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.