OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ନିଧନ, ୨୦ ତାଲାରୁ ଖସିପଡ଼ିଲେ; ଦୁଇ ଦିନ ତଳେ ହୋଇଥିଲା ପୁଅର ବାହାଘର
OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗାଓଁର ଏକ ଉଚ୍ଚ ମହଲା ବିଲ୍ଡିଂରୁ ଖସିପଡି ତାଙ୍କର ମୃତ୍ୟୁ ଘଟିଛି।

OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଖବର ଅନୁସାରେ, ଗୁରୁଗାଓଁର ଏକ ଉଚ୍ଚ ମହଲା ବିଲ୍ଡିଂରୁ ଖସିପଡି ତାଙ୍କର ମୃତ୍ୟୁ ଘଟିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହା ସହ ରିତେଶ ଅଗ୍ରୱାଲ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ବାପା ରମେଶ ଅଗ୍ରୱାଲଙ୍କର ଦେହାନ୍ତ ହୋଇଛି।
ମିଳିଥିବା ଖବର ଅନୁସାରେ, ଘଟଣା ସମ୍ପର୍କରେ ଅପରାହ୍ନ ପାଖାପାଖି ୧ଟା ସମୟରେ ସୂଚନା ମିଳିଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲା କି, ୨୦ତମ ମହଲାରୁ ଖସିପଡି ରମେଶ ଅଗ୍ରୱାଲଙ୍କର ମୃତ୍ୟୁ ଘଟିଛି। ସେ DLF ଖ୍ରୀଷ୍ଟା ସୋସାଇଟିରେ ରହୁଥିଲେ। ସେ ନିଜ ଘରର ବାଲକୋନିରୁ ଖସିପଡିଥିଲେ, ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।
ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଘର ଭିତରେ ପୁଅ ରିତେଶ ଅଗ୍ରୱାଲ, ବୋହୂ ଏବଂ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। କହି ରଖୁଛୁ, ମାର୍ଚ୍ଚ ୭ରେ ରିତେଶ ଅଗ୍ରୱାଲ ଗୀତାଂଶା ସୁଦଙ୍କୁ ବିବାହ କରିଥିଲେ। ବିବାହର ତିନି ଦିନ ପରେ ହିଁ ଏହି ଦୁଃଖଦ ଘଟଣା ଘଟିଛି।