Below header

ସାତ ଦିନ ପାଇଁ ଇଡି ରିମାଣ୍ଡରେ ଗଲେ ସିସୋଦିଆ, ୨୧ ତାରିଖରେ ହେବ ଜାମିନ ଆବେଦନର ଶୁଣାଣି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ୨୧ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି | ଏବେ କୋର୍ଟ ତାଙ୍କୁ ୭ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି | ସୂଚନା ଅନୁଯାୟୀ, ଗିରଫ ପରେ ଇଡି ଶୁକ୍ରବାର ଦିନ ରାଉଜ୍ ଆଭେନ୍ୟୁ କୋର୍ଟରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ହାଜର କରିଥିଲା |

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ୨୧ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି | ଏବେ କୋର୍ଟ ତାଙ୍କୁ ୭ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି | ସୂଚନା ଅନୁଯାୟୀ, ଗିରଫ ପରେ ଇଡି ଶୁକ୍ରବାର ଦିନ ରାଉଜ୍ ଆଭେନ୍ୟୁ କୋର୍ଟରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ହାଜର କରିଥିଲା |

ଏହି ସମୟରେ, ସିସୋଦିଆଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି | ଶୁଣାଣି ସମୟରେ, ଅବକାରୀ ନୀତିରେ ନିୟମ ପରିବର୍ତ୍ତନ କରି କିଛି ବିଶେଷ ଲୋକଙ୍କୁ ୬% ପରିବର୍ତ୍ତେ ୧୨% ଲାଭ ପ୍ରଦାନ କରାଯାଇଥିଲା ବୋଲି ଇଡି ଦାବି କରିଥିଲା | ତେଣୁ ତାଙ୍କୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ଇଡି ଦାବି କରିଥିଲା | ଇଡି ୧୦ଦିନ ରିମାଣ୍ଡରେ ନେବାକୁ ଦାବି କରିଥଲା ବେଳେ କୋର୍ଟ ୭ଦିନ ପାଇଁ ସିସୋଦିଆଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.