ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ଜାମିନ, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ବମ୍ବେ ହାଇକୋର୍ଟରୁ ରିୟାକୁ ମିଳିଲା ସର୍ତ୍ତମୂଳକ ଜାମିନ। ରିୟାଙ୍କ ଯାଚିକାରେ ଆଜି ହାଇକୋର୍ଟ ଶୁଣାଣି କରିବା ପରେ ଅଦାଲତ ତାଙ୍କୁ ଜାମିନ ଦେଇଛି। ୨୮ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଆଜି ରିୟାଙ୍କୁ ମିଳିଲା ଜାମିନ। ଏକ ଲକ୍ଷ ଟଙ୍କା ମୁଚାଲିକା ଓ ପାସପୋର୍ଟ ଦାଖଲ କରିବା ପରେ ମିଳିଛି ଜାମିନ । ସେପ୍ଟେମ୍ବର ୮ ତାରିଖରେ ରିୟା ଗିରଫ ହୋଇଥିଲେ, ତା’ ଗୋଟେ ଦିନ ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିଥିଲା। ରିୟାଙ୍କୁ ଜାମିନ ମିଳିଥିବା ବେଳେ ଭାଇ ସୌଭିକଙ୍କୁ ଜାମିନ ମିଳିନାହିଁ।

ସାମୁଏଲ ଏବଂ ଦୀପେଶ ସାଓ୍ଵନ୍ତଙ୍କୁ ମଧ୍ୟ ଜାମିନ ମିଳିଛି। କିନ୍ତୁ ରିୟା ମୁମ୍ବାଇ ବାହାରକୁ କୁଆଡେ ଯାଇପାରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।