Below header

ରବର୍ଟ ଭଦ୍ରାଙ୍କୁ ଟ୍ୟୁମର, ଚିକିତ୍ସା ପାଇଁ କୋର୍ଟକୁ ମାଗିଲେ ବିଦେଶ ଯିବାର ଅନୁମତି

ରବର୍ଟ ଭଦ୍ରାଙ୍କୁ ହୋଇଛି ଟ୍ୟୁମର । ଅନ୍ତନଳୀରେ ଟ୍ୟୁମରରେ ହୋଇଥିବାରୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅଦାଲତକୁ ଅନୁମତି ମାଗିଛନ୍ତି ବହୁ ମନି ଲଣ୍ଡରିଙ୍ଗ ମାମଲାରେ ଫସି ଥିବାରବର୍ଟ ଭଦ୍ରା । ଏହା ପୂର୍ବରୁ ସେ ଇଡିରେ ବିଦେଶ ଯାତ୍ରା ପାଇଁ ଅପିଲ୍‌ କରିଥିଲେ ।

ଆଜି ନିଜ ପାସପୋର୍ଟ ଫେରସ୍ତ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଯାହା ଫଳରେ ନିଜ ଚିକିତ୍ସା ପାଇଁ ଲଣ୍ଡନ ଯାତ୍ରା କରିପାରିବେ । ଅବେଦନ କରିବା ସମୟରେ ଭଦ୍ରା ଗଙ୍ଗାରାମ ହସ୍ପିଟାଲର ଏକ ମେଡିକାଲ୍‌ ରିପୋର୍ଟ ମଧ୍ୟ ଜମା କରିଛନ୍ତି । ଯେଉଁଥିରେ ତାଙ୍କ ଅନ୍ତନଳୀରେ ଟ୍ୟୁମର ହୋଇଥିବା ଉଲ୍ଲେଖ ଅଛି । ଏହି ଶୁଣାଣୀ ସିବିଆଇର ବିଶେଷ ଅଦାଲତରେ ହୋଇଥିଲା ।

ଭଦ୍ରାଙ୍କ ଓକିଲ କହିଛନ୍ତି କି, ଭଦ୍ରା ପ୍ରତ୍ୟେକ ଯାଂଚ୍ ଅବସରରେ ସହେଯାଗ କରିବେ ଏବଂ ସମନ ଜାରୀ ହେବା ପୂର୍ବରୁ ଭାରତ ପ୍ରତ୍ୟାବର୍ତନ କରିବେ । ତେଣୁ ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯାଉ । ସେହି ସମୟରେ ଭଦ୍ରାଙ୍କ ଦାବୀକୁ ଖାରଜ କରି ଇଡିର ଓକିଲ କହିଛନ୍ତି କି, ମେଡିକାଲ ସାର୍ଟିଫିକେଟରେ ମଇ ୧୩ରେ ତାରିଖ ରହିଛି । ତେଣୁ ସାର୍ଟିଫିକେଟ ପୂର୍ବରୁ କଣ ପାଇଁ ଦାଖଲ କରାଯାଇ ନାହିଁ ଏବଂ ସାର୍ଟିଫିକେଟରେ କେବଳ ଲଣ୍ଡନ କଣ ପାଇଁ ଲେଖା ଯାଇଛି, ସେ ଅନ୍ୟ କୌଣସୀ ସ୍ଥାନକୁ ଯାଇ ନିଜର ଚିକିତ୍ସା କରେଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.