ଶିବସେନାର ନାଁ ଓ ଧନୁ ତୀର ଚିହ୍ନ ପାଇଁ ହୋଇଛି ୨ହଜାର କୋଟିର ଡିଲ୍ : ସଞ୍ଜୟ ରାଉତ

ଶିବସେନାର ନାଁ ଓ ଧନୁ ତୀର ଚିହ୍ନ ପାଇଁ ହୋଇଛି ୨ହଜାର କୋଟିର ଡିଲ୍। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ଶିବସେନା ନାଁ ଓ ଚିହ୍ନ ହାସଲ କରିବାକୁ ୨ହଜାର କୋଟିର ଡିଲ୍ ଏକ ପ୍ରାଥମିକ ତଥ୍ୟ। ଏହା ଶହେ ପ୍ରତିଶତ ଶତ ବୋଲି ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି ସଞ୍ଜୟ ରାଉତ।

ନୂଆଦିଲ୍ଲୀ : ଶିବସେନାର ନାଁ ଓ ଧନୁ ତୀର ଚିହ୍ନ ପାଇଁ ହୋଇଛି ୨ହଜାର କୋଟିର ଡିଲ୍। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ଶିବସେନା ନାଁ ଓ ଚିହ୍ନ ହାସଲ କରିବାକୁ ୨ହଜାର କୋଟିର ଡିଲ୍ ଏକ ପ୍ରାଥମିକ ତଥ୍ୟ। ଏହା ଶହେ ପ୍ରତିଶତ ଶତ ବୋଲି ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି ସଞ୍ଜୟ ରାଉତ।

ଦେଶର ଇତିହାସରେ ଏଭଳି ଘଟଣା ପୂର୍ବରୁ କେବେ ଦେଖାଯାଇନଥିଲା ବୋଲି ସେ କହିଛନ୍ତି। ସିନ୍ଦେ ଗୋଷ୍ଠୀର ଜଣେ ନିକଟତର ବିଲ୍ଡରଙ୍କ ଠାରୁ ଏହି ସୂଚନା ମିଳିଥିବା ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଖୁବ ଶୀଘ୍ର ନିଜ ତଥ୍ୟର ପ୍ରମାଣ ସର୍ବସାଧାରଣରେ ପ୍ରକାଶ କରିବେ ବୋଲି କହିଛନ୍ତି ସଞ୍ଜୟ ରାଉତ। ପ୍ରତି ବିଧାୟକଙ୍କୁ ୫୦ କୋଟିରେ କିଣାଯାଇଥିବା ଦାବି କରିଛନ୍ତି।

ଗତ ଶୁକ୍ରବାର ଭାରତୀୟ ନିର୍ବାଚନ କମିସନ ଏକନାଥ ସିନ୍ଦେ ଗୋଷ୍ଠୀକୁ ଅସଲ ଶିବସେନା ଭାବେ ଦଳୀୟ ନାଁ ଓ ଚିହ୍ନ ପ୍ରଦାନ କରିଛନ୍ତି। ଏହି ବିରୋଧରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଉଦ୍ଧବ। ତେବେ ସଞ୍ଜୟ ରାଉତଙ୍କ ଅଭିଯୋଗର ଜବାବ ରଖିଛନ୍ତି ସିନ୍ଦେ ଗୋଷ୍ଠୀ ବିଧାୟକ। ଦାବିକୁ ଅଗ୍ରାହ୍ୟ କରିବା ସହ ସଞ୍ଜୟ ରାଉତ କ୍ୟାସିଅର କି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସଦା ସର୍ବକର।