ପାକିସ୍ତାନ ଦେବାଳିଆ, ମାନିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, ମିଳିବନି ଆଉ IMF ଟଙ୍କା

ଆର୍ଥିକ ସଂକଟରେ ଫଶି ଯାଇଥିବା ପାକିସ୍ତାନ ଦେବାଳିଆ ହୋଇ ସାରିଛି। ଇଣ୍ଟରନେସନାଲ ମନିଟାରୀ ଫଣ୍ଡ - IMF ରୁ ଆଉ ଟଙ୍କା ମିଳିବନି। ଏମତି ନିଜେ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ଵାଜା ଆସିଫ । IMF ଠାରୁ ୭ ବିଲିୟନ ଡଲାର ଋଣ ନମିଳିପାରେ ବୋଲି କହିଛନ୍ତି ଆସିଫ।

ନୂଆଦିଲ୍ଲୀ : ଆର୍ଥିକ ସଂକଟରେ ଫଶି ଯାଇଥିବା ପାକିସ୍ତାନ ଦେବାଳିଆ ହୋଇ ସାରିଛି। ଇଣ୍ଟରନେସନାଲ ମନିଟାରୀ ଫଣ୍ଡ – IMF ରୁ ଆଉ ଟଙ୍କା ମିଳିବନି। ଏମତି ନିଜେ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ଵାଜା ଆସିଫ । IMF ଠାରୁ ୭ ବିଲିୟନ ଡଲାର ଋଣ ନମିଳିପାରେ ବୋଲି କହିଛନ୍ତି ଆସିଫ।

ଏକ ସାଧାରଣ ସଭାରେ ସମ୍ବୋଧନ ବେଳେ ପାକ ମନ୍ତ୍ରୀ କହିଛନ୍ତି ସମସ୍ତେ ନିଶ୍ଚୟ ଶୁଣୁଥିବେ ଯେ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି। କିନ୍ତୁ ପ୍ରକୃତରେ ପାକିସ୍ତାନ ଦେବାଳିଆ ହୋଇ ସାରିଛି । ଆମେ ଏବେ ଏକ ଋଣ ଖିଲାପକାରୀ ଦେଶରେ ଅଛନ୍ତି । ଆଜିର ପରିସ୍ଥିତି ପାଇଁ ରାଜନୀତିକୁ ଦାୟୀ କରିଛନ୍ତି ପାକିସ୍ତାନ ମନ୍ତ୍ରୀ। ଗତ କିଛି ଦିନ ହେବ ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି।

ପାକିସ୍ତାନ ପାଖରେ ଖାଦ୍ୟ ନାହିଁ । ଗହମ ପାଇଁ ଲୋକଙ୍କ ଭିତରେ ଛଡ଼ାମଡ଼ା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଦେଶରେ ପେଟ୍ରୋଲ ବି ସରିଗଲାଣି । ଅନେକ ବଡ଼ କମ୍ପାନୀରେ କଞ୍ଚା ମାଲ ଅଭାବରୁ ତାଲା ପଡ଼ିଛି। ଦେଶର ବୈଦେଶିକ ମୁଦ୍ରା ସରି ଆସିଲାଣି। ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.