Below header

ଦୁର୍ଷ୍କମ ପୀଡ଼ିତା ନାବାଳିକାଙ୍କୁ ପ୍ରତି ମାସରେ ମିଳିବ ୭୫୦୦ ଟଙ୍କା, ଜାଣନ୍ତୁ କେଉଁ ସରକାର କଲେ ଏଭଳି ଯୋଜନା

ଦୁର୍ଷ୍କମ ପୀଡ଼ିତା ନାବାଳିକା ଏବଂ ଯୌନ ନିର୍ଯାତନାର ଶିକାର ଶିଶୁଙ୍କ ପାଇଁ ହିମାଚଳ ପ୍ରଦେଶ ସରକାର ପୁନର୍ବାସ ସହାୟତା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଯୌନ ପୀଡ଼ିତାଙ୍କ ପାଇଁ ସେଭିଂ ଆକାଉଣ୍ଟରେ ୨୫୦୦ ଟଙ୍କା ଏବଂ ଆର୍‌ଡି ଆକାଉଣ୍ଟରେ ୫୦୦୦ ଟଙ୍କା ମିଳିବ।
୨୧ ବର୍ଷ ବୟସ ପର୍ଯ୍ୟନ୍ତ ନାବାଳିକା ପୀଡ଼ିତାଙ୍କୁ ସେଠାକାର ରାଜ୍ୟ ସରକାର ପ୍ରତି ମାସରେ ୭୫୦୦ ଟଙ୍କା ଦେବେ। ୧୬ ବର୍ଷ ହେବା ପରେ ବୈଷୟିକ ବିଭାଗ ସେମାନଙ୍କୁ ଦକ୍ଷତା ଆଧାରିତ ତାଲିମ ପ୍ରଦାନ କରିବ। ଗତ ମାସରେ ମନ୍ତ୍ରିମଣ୍ଡଳ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳି ସାରିଛି।
ସାମାଜିକ ନ୍ୟାୟ ଏବଂ ଅଧିକାର ବିଭାଗର ଉକ୍ତ ଯୋଜନା ଅନୁସାରେ, ନାବାଳିକା ପୀଡ଼ିତାଙ୍କୁ ଜୀବିକା ସମର୍ଥନ ସ୍ବରୂପ ୭୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ଯୌନ ପୀଡ଼ିତ ଶିଶୁଙ୍କ ଆତ୍ମବିଶ୍ବାସ ବଢ଼ାଇବା ଏବଂ ସ୍ବାଭିମାନ ଫେରାଇବା ଉଦ୍ଦେଶ୍ୟରେ ଯୋଜନାର ଶୁଭାରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କ ପାଇଁ ଆର୍ଥିକ ସୁରକ୍ଷା, ଦକ୍ଷତା ବିକାଶ, ପୁନର୍ବାସ ଓ ଜୀବିକା ସମର୍ଥନ କରିବା ନିମନ୍ତେ ଏହା କାର୍ଯ୍ୟକାରୀ ହେବ।
ଯୋଜନା ଅନୁସାରେ, ୬ ମାସ ଯାଏ ପୀଡ଼ିତା ଓ ତାଙ୍କ ପରିବାରକୁ ଜଣେ ଦକ୍ଷ ତଥା ଅନୁଭବୀ ପରାମର୍ଶଦାତାଙ୍କ ଦ୍ବାରା ପରାମର୍ଶ ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ସରକାର ୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏଥିରେ ପୀଡ଼ିତାଙ୍କୁ କ୍ୟାସଲେଶ୍ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ। ବଳାଶ୍ରମ, ମାନସିକ ବିକାରଗ୍ରସ୍ତ ଲୋକଙ୍କ ପାଇଁ ରହିଥିବା ଆଶ୍ରମରେ ପୀଡ଼ିତାଙ୍କୁ ଚାକିରି ଦେବାର ବ୍ୟବସ୍ଥା ମଧ୍ୟ ଉକ୍ତ ଯୋଜନାରେ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.