କରୋନା ଲକ୍ଷଣ ଥିଲେ RTPCR ଟେଷ୍ଟ କରିବା ହେବ ବାଧ୍ୟତାମୂଳକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସବୁ ରାଜ୍ୟକୁ ଲେଖିଲା ଚିଠି

କେନ୍ୟୁଜ୍(ବ୍ୟୁରୋ): ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର। କରୋନା ଲକ୍ଷଣ ଥିଲେ RTPCR ଟେଷ୍ଟ କରିବା ହେବ ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଆଇସିଏମଆର ପକ୍ଷରୁ ମିଳିତ ଭାବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସନତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଦେଶର ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଜଣା ପଡିଛି।   ଏଥିପାଇଁ ଜିଲ୍ଲା ଅଫିସରଙ୍କୁ ଦାୟିତ୍ୱ ଦିଆଯିବ । ସେମାନେ ପ୍ରତିଦିନ ରାପିଡ ଆଣ୍ଟିଜେନ ଟେଷ୍ଟ ବା RAT ଟେଷ୍ଟର ସମୀକ୍ଷା କରିବେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ପୁନଃଟେଷ୍ଟ କରିବେ ।

ଥଣ୍ଡା, କାଶ ଓ ଶ୍ୱାସ କ୍ରିୟାରେ ସମସ୍ୟା ଭଳି ଲକ୍ଷଣ ଥାଇ ରାପିଡ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କର ପୁଣି ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ । ସେହିପରି ଲକ୍ଷଣ ନଥିବା ଯେଉଁ ବ୍ୟକ୍ତିଙ୍କର ରିପୋର୍ଟ ନେଗେଟିଭ ବାହାରିଛି ଓ ଦୁଇ ତିନି ଦିନ ମଧ୍ୟରେ ସେମାନଙ୍କର କିଛି ଲକ୍ଷଣ ପ୍ରକାଶ ପାଏ ସେହି କ୍ଷେତ୍ରରେ ମଧ୍ୟ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.